ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ୪ ଖଣି ଲିଜଧାରୀ କମ୍ପାନୀ ହାଜର

Published By : Prameya-News7 Bureau | August 18, 2018 IST

କେନ୍ଦୁଝର ୧୮/୮ : କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଜି ଖଣି ଲିଜଧାରୀ ୪ଟି କମ୍ପାନୀ ହାଜର ହୋଇଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଜୋରିମାନା ଦେଇ ନଥିବା ଖଣି କମ୍ପାନୀମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଥିଲା ସାର୍ଟିଫିକେଟ୍ କେସ୍ । ଯାହାର ଜବାବରେ ୪ଟି ଖଣି କମ୍ପାନୀର ପ୍ରତିନିଧି ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି । ତେବେ ଆଜି ୬ଜଣ ଖଣି ଲିଜଧାରୀଙ୍କୁ ନୋଟିସ୍ ହୋଇଥିବାବେଳେ ଟିବି ଲାଲ ଏବଂ ଅର୍ଜୁନ ଲୋଧା ୨ଜଣ ଲିଜଧାରୀ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ପୁନର୍ବାର ନୋଟିସ୍ ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ ଖଣି ମାଲିକଙ୍କ ପ୍ରତିନିଧିମାନେ ଉପସ୍ଥିତ ରହି ସମୟ ମାଗିଥିବାରୁ ୨ଜଣ ଖଣି ଲିଜଧାରୀଙ୍କ ପରବର୍ତ୍ତୀ ଶୁଣାଣି ଆସନ୍ତା ୧ ସେପ୍ଟେମ୍ବରରେ ହେବ ବୋଲି ସମୟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.