Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ନିଆଁରେ ପୋଡ଼ି ଆତ୍ମହତ୍ୟା : ଲକଡାଉନ୍ ଯୋଗୁଁ ଭୋଗୁଥିଲେ ଆର୍ଥିକ ସମସ୍ୟା

17/10/2020 at 11:57 AM

ଫରିଦକୋଟ ୧୭/୧୦: ପଞ୍ଜାବର ଫରିଦକୋଟ ଜିଲ୍ଲାର କଲେର ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ୨ପିଲାଙ୍କ ସହ ନିଆଁ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି। ମୃତକ ହେଲେ ରାଜସ୍ଥାନର ସିକର ଜିଲ୍ଲାର ୪୦ବର୍ଷ ବୟସ୍କ ଧର୍ମପାଳ ଯିଏ ଗତ ୧୦ବର୍ଷରୁ କଲେରରେ ନିଜ ପତ୍ନୀ ସୀମା(୩୬),ଝିଅ ମୋନିକା(୧୫) ଏବଂ ପୁଅ ହତିଷ(୧୦)ଙ୍କ ସହ ରହୁଥିଲେ। ଧର୍ମପାଳ ଏଠାକାର ଟୁଡି ରୋଡରେ ଏକ ଇଟାଭାଟିରେ ମୁନସି କାମ କରୁଥିଲେ।

ପୋଲିସ୍ ପ୍ରାଥମିକ ତଦନ୍ତରେ ଏକ ସୁଇସାଇଡ ନୋଟ୍ ଜବତ କରିଛି। ଏହି ନୋଟରେ ସେ ଲକଡାଉନ ସହ ଇଟାଭାଟିରେ କାମ କରୁଥିବା ଶଣ୍ଟି ନାମକ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋଲିସ୍ ଏବେ ଏହି ଆଧାରରେ ମାମଲାର ତଦନ୍ତ କରୁଛି। କଲେର ଗାଁର ଲୋକେ କହିଛନ୍ତି ଯେ ଗତ କିଛି ବର୍ଷରୁ ସେ ଏଠାରେ ରହୁଥିଲେ ଏବଂ ଳକଡାଉନ୍ କାରଣରୁ କାମ ପ୍ରଭାବିତ ହୋଇଥିବାରୁ ସେ ମାନସିକ ଚିନ୍ତାରେ ରହୁଥିଲେ।

ଆଜି ସକାଳେ ପଡ଼ୋଶୀ ଦେଖିଥିଲେ ଯେ ତାଙ୍କ ଘରୁ ଧୂଆଁ ବାହାରୁଥିଲା ଏବଂ ଘରୁ କୌଣସି ଧରଣର ଶବ୍ଦ ଶୁଭୁନଥିଲା। ଗାଁଲୋକେ ତୁରନ୍ତ ଏକଜୁଟ ହୋଇ କବାଟ ଭାଙ୍ଗିଥିଲେ। ଘର ଭିତରେ ପରିବାରର ସମସ୍ତ ସଦସ୍ୟ ପୂରାପୂରି ନିଆଁରେ ଦଗ୍ଧ ହୋଇଯାଇଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ଜିଲ୍ଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ।

   Related Posts