Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଗୋଟିଏ ପରିବାରର ୪ ଜଣଙ୍କୁ ଜଘନ୍ୟ ହତ୍ୟା

2/08/2018 at 12:19 PM

ଗୋଟିଏ ପରିବାରର ୪ ଜଣଙ୍କୁ ଜଘନ୍ୟ ହତ୍ୟା । ହତ୍ୟା ପରେ ଘର ପଛ ପଟେ ପୋତାଯାଇଥିଲା ବାପ-ମାଆ ଓ ଦୁଇ ସନ୍ତାନଙ୍କ ମୃତ ଦେହ । କେରଳର ଇଡୁକି ଜିଲ୍ଲା ଅନ୍ତର୍ଗତ ଥଡୋପୁଝାରେ ଏହି ଘଟଣା ଘଟିଛି । ଏହା ତନ୍ତ୍ର ମନ୍ତ୍ର ଘଟଣା ବୋଲି ଆଶଙ୍କା କରୁଛି ପୋଲିସ । ପଡୋଶୀଙ୍କ ଅଭିଯୋଗପାଇ ପୋଲିସ ଘଟଣାସ୍ଥଳକୁ ଯାଇ ବନ୍ଦ ଘର କ୍ୟାମ୍ପସରୁ ଏକ ଜଘନ୍ୟ ହତ୍ୟାକାଣ୍ଡର ସୁରାକ ପାଇଛି । ମୃତକମାନେ ହେଲେ ୫୨ ବର୍ଷୀୟ କେ.କ୍ରିଷ୍ଣନ୍, ତାଙ୍କର ୫୦ ବର୍ଷୀୟ ସ୍ତ୍ରୀ ସପଶୀଳା, ୨୨ ବର୍ଷୀୟା ଝିଅ ଅର୍ସା ଓ ୨୦ ବର୍ଷର ପୁଅ ଅର୍ଜୁନ୍ । ଗତ କିଛି ଦିନ ଧରି କ୍ରିଷ୍ଣନ୍‌ଙ୍କ ଘର ବନ୍ଦ ଥିଲା । ଘର ବାହାରେ ଖବରକାଗଜ ପଡିଥିଲା । ପୋଲିସ ଘର ଭିତରେ ପସିବା ପରେ ଏହି ଜଘନ୍ୟ କାଣ୍ଡର ସୁରାକ ପାଇଥିଲା । ଘର ସାରା ରକ୍ତ ଛିଟା ଥିବା ବେଳେ, ଘର ପଛପଟେ ୪ଟି ଯାକ ମୃତଦେହ ପୋତାଯାଇଥିଲା । ସବୁ ଶରୀରରେ ଗଭୀର କଟାଦାଗ ଓ କ୍ଷତ ଥିଲା । ଘଟଣାସ୍ଥଳରୁ ଛୁରୀ, ହାତୁଡି ବି ମିଳିଛି । କ୍ରିଷ୍ଣନ ଜଣେ ଜ୍ୟୋତିଷ ଥିଲେ । ତାଙ୍କ ଘରକୁ ରାତିରେ ଅନେକ ଦାମି କାର୍‌ରେ କିଛି ଲୋକ ଆସୁଥିଲେ । ସିନେ କଳାକାର ମାନେ ବେଶି ଆସୁଥିଲେ । ଏହା ତନ୍ତ୍ରମନ୍ତ୍ ସାଧନା ଜନୀତ ବୋଲି ଆଶଙ୍କା କରୁଛି ପୋଲିସ । କାରଣ କେରଳରେ ଏପରି ତନ୍ତ୍ରମନ୍ତ୍ର ବା ବ୍ଲାକ୍ ମ୍ୟାଜିକ ଘଟଣା ବାରମ୍ବାର ଘଟୁଛି ।

   Related Posts