Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମର୍ଣ୍ଣିଙ୍ଗ ୱାକ ବେଳେ ମାଡ଼ିଗଲା ଡମ୍ପର: ବାପା-ମା’ ଓ ପୁଅ ସମେତ ୪ ମୃତ, ମୃତ୍ୟୁ ସହ ଲଢ଼ୁଛନ୍ତି ଆଉ ଜଣେ ପୁଅ

11/06/2021 at 3:04 PM

ନୂଆଦିଲ୍ଲୀ ୧୧/୦୬ : ରାଜଧାନୀ ଦିଲ୍ଲୀ ନଜଫଗଡ ଅଞ୍ଚଳରେ ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣକର ସ୍ଥିତି ଗମ୍ଭୀର ରହିଛି । ମୃତକଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ଜଣାପଡିଛି । ଶୁକ୍ରବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ସମସ୍ତେ ମର୍ଣ୍ଣିଙ୍ଗ ୱାକ ପାଇଁ ଯାଇଥିଲେ । ସେତେବେଳେ ଏକ ଡମ୍ପର ଦ୍ରୁତ ଗତିରେ ଆସିଥିଲା ଓ ୫ଜଣଙ୍କ ଉପରେ ଚଢି ଯାଇଥିଲା । ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଭିଯୁକ୍ତ ଡମ୍ପର ଡ୍ରାଇଭରକୁ ହେପାଜତକୁ ନେଇ ପୋଲିସ ମାମଲାର ଯାଞ୍ଚ କରୁଛି ।

ସୂଚନା ଅନୁଯାୟୀ, ଦୁର୍ଘଟଣା ସକାଳ ପ୍ରାୟ ସାଢେ ୫ଟା ସମୟରେ ହୋଇଛି । ସେତେବେଳେ ଏମାନେ ମର୍ଣ୍ଣିଙ୍ଗ ୱାକ୍ ପାଇଁ ଯାଇଥିଲେ ଓ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ଡମ୍ପର ଡ୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ହେଲେ ଅଶୋକ, ତାଙ୍କ ପତ୍ନୀ କିରଣ ଓ ପୁଅ ଇଶାନ୍ତ । ଆଉ ଜଣେ ହେଲେ ଯଶବନ୍ତ ସିଂହ । ଅଶୋକଙ୍କ ଆଉ ଜଣେ ପୁଅ ଗମ୍ଭୀର ଆହତ ହୋଇ ଜୀବନ ମୃତ୍ୟୁ ସହ ଲଢେଇ କରୁଛନ୍ତି ।

ଡ୍ରାଇଭରର ଆଖି ଲାଗିଯାଇଥିବାରୁ ଡମ୍ପର ଫୁଟପାଥ ଉପରକୁ ଚଢି ଯାଇଥିଲା ବୋଲି କୁହାଯାଉଛି । ସେଠାରେ ଲାଗିଥିବା ସିସିଟିଭିରେ ପୁରା ଘଟଣା କଏଦ ହୋଇଛି । ଡମ୍ପର କିଭଳି ଲୋକଙ୍କ ଉପରକୁ ଚଢି ଯାଇଥିଲା ତାହା ସିସିଟିଭିରେ ସ୍ପଷ୍ଟ ନଜର ଆସୁଛି । ରାସ୍ତାକଡ଼ରେ ଛିଡା ହୋଇଥିବା କିଛି କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁଃଖର କଥା ହେଲା ଏତେ ସଚେତେନାତା ସତ୍ତ୍ୱେ ପ୍ରତି ବର୍ଷ ଦୁର୍ଘଟଣାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି ।

   Related Posts