Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କଟକ ସ୍ପେଶାଲ ସ୍କ୍ବାର୍ଡ ପଞ୍ଝାରେ ୪ ଜଣିଆ ଲୁଟେରା ଗ୍ୟାଙ୍ଗ : ଲୁଗା ଦୋକାନରୁ ୪ ଲକ୍ଷ ଟଙ୍କା ସମେତ ଲୁଟି ନେଇଥିଲେ ବହୁ ସାମଗ୍ରୀ

15/09/2019 at 4:43 PM

କଟକ ୧୫।୯: କଟକରେ ଲୁଟ୍ କରୁଥିବା ଏକ ଲୁଟରା ଗ୍ୟାଙ୍ଗକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ । ଗତ ମେ ଓ ଜୁନ୍ ମାସରେ ମଙ୍ଗଳାବାଗ ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ଲୁଗା ଦୋକାନରୁ ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ । ଏହାପରେ ଜୁନ୍ ମାସରେ ମଙ୍ଗଳାବାଗ ଅଞ୍ଚଳରେ ଥିବା ଏକ ଏସବିଆଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରି ଫେରାର ହୋଇଯାଇଥିଲେ । ଏ ସବୁ ଘଟଣାରେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ଥାନା ପୋଲିସ ।

କଟକ ସ୍ପେଶାଲ ସ୍କ୍ବାର୍ଡ ହାତରେ ଲାଗିଛି ୪ ଜଣିଆ ଲୁଟେରା ଗ୍ୟାଙ୍ଗ । ଗତ ମେ ମାସରେ ବାତ୍ୟା ଫୋନି ପରେ ଅନ୍ଧାରର ସୁଯୋଗ ନେଇ ଏହି ଗ୍ୟାଙ୍ଗ ମଙ୍ଗଳାବାଗ ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ଲୁଗା ଦୋକାନରୁ ୪ ଲକ୍ଷ ଟଙ୍କା ସମେତ ଲୁଟିଥିଲେ ବହୁ ସାମଗ୍ରୀ । ସେହି ପରି ଜୁନ୍ ମାସରେ ମଧ୍ୟ ମଙ୍ଗଳାବାଗ ଅଞ୍ଚଳରେ ଥିବା ଏହି ଗ୍ୟାଙ୍ଗ୍ ଏକ ଏସବିଆଇ ବ୍ୟାଙ୍କରୁ ଟଙ୍କା ଲୁଟ୍ ଉଦ୍ୟମ କରି ବିଫଳ ହୋଇଥିଲେ । ବ୍ୟାଙ୍କରେ ଥିବା ଅନ୍ୟ ସାମଗ୍ରୀ ସବୁ ଲୁଟ୍ କରି ଫେରାର ହୋଇଯାଇଥିଲେ । ତେବେ ଦୋକାନ ଓ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜରୁ ୪ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଥିବା ବେଳେ ଜଣେ ଫେରାର ରହିଛି । ଅଭିଯୁକ୍ତଙ୍କଠାରୁ ଚୋରି ସାମଗ୍ରୀ ସମେତ ବାଇକ ଓ ମୋବାଇଲ ଫୋନ୍ ଜବତ କରିଛି ପୋଲିସ ।

କଟକ ସହରର ମଙ୍ଗଳାବାଗ ଅଞ୍ଚଳ ହେଉଛି ବ୍ୟସ୍ତବହୁଳ ସ୍ଥାନ । ସେହି ଅଞ୍ଚଳରେ ଏଭଳି ଲୁଟ୍ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା । ବିଶେଷ କରି ବ୍ୟବସାୟ ପ୍ରତିଷ୍ଠାନ ଅଧିକ ରହିଥିବାରୁ ବ୍ୟବସାୟୀମାନେ ଚକିତ ହୋଇଥିଲେ । ତେବେ ଏହି ଲୁଟ୍ ପରେ ଏବେ ମଙ୍ଗଳାବାଗ ଅଞ୍ଚଳରେ ପୂଜା କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମରେ ଅଧିକ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଯୋଜନା କରାଯାଇଥିବା କହିଛନ୍ତି ଏସବିଆଇ ବ୍ୟାଙ୍କ୍ ହୋଇଥିବା ଘରର ମାଲିକ ।

ଲୁଗା ଦୋକାନରୁ ଲୁଟ୍ କରିବାର ଦୁଇ ଦିନ ପରେ ଏହି ଗ୍ୟାଙ୍ଗର କିଙ୍ଗ୍ ପିନ୍ କୌଣସି କାରଣ ନେଇ ଆତ୍ମହତ୍ୟା କରିଥିବାରୁ ପୋଲିସ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ବିଳମ୍ବ ହୋଇଥିବା ଜଣାପଡିଛି ।

   Related Posts