ଗୁଣିଗାରେଡି ସନ୍ଦେହରେ ବିଷ୍ଟା ଖୁଆଇ ନିର୍ଯ୍ୟାତନା, ଜୀବନ ଭୟରେ ଜଙ୍ଗଲରେ ବୁଲୁଛନ୍ତି ୪ ଯୁବକ

Published By : Prameya-News7 Bureau | October 23, 2021 IST

ନୟାଗଡ, ୨୩/୧୦: ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଚଢେୟାପଲ୍ଲି ଗଁ।ରେ ଗୁଣି ଗାରେଡି ସନ୍ଦେହରେ ୪ ଜଣଙ୍କୁ ଅମାନବୀୟ ନିର୍ଯ୍ୟାତନା । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିନଥିବାରୁ ଜୀବନ ଭୟରେ ନିର୍ଯ୍ୟାତିତମାନେ ଗଁ।କୁ ନଯାଇ ଜଙ୍ଗଲରେ ବୁଲୁଥିବା ଦେଖାଯାଇଛି । ଚଢେୟାପଲ୍ଲି ଗଁ।ରେ ଗତ କିଛିଦିନ ତଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ପରେ ମୃତକଙ୍କ ବୋହୁଙ୍କ ଦେହରେ ମଙ୍ଗଳା ଠାକୁର ଉଭା ହୋଇ ଗଁ।ର ସୋଷ ନାୟକ, ସୁନନ୍ଦ ନାୟକ, ବିଦ୍ୟା ନାୟକ, ଭରତ ନାୟକ ଏବଂ ବିଘ୍ନରାଜ ସେଠୀ ଗୁଣିବିଦ୍ୟା କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାରିଥିବା କହିଥିଲେ ।

ଏହି ଘଟଣାକୁ ନେଇ ଚଳିତମାସ ୧୯ ତାରିଖରେ ଗଁ।ରେ ସଭା କରାଯାଇଥିଲା । ଏହି ୫ଜଣ ବ୍ୟକ୍ତି ଗୁଣି କରି ଗଁ।ର ବହୁ ଲୋକଙ୍କୁ ମାରିଥିବାରୁ ସେମାନଙ୍କୁ ସଭାକୁ ଡକାଇ ଦଣ୍ଡ ଦିଆଯିବାକୁ ନିଷ୍ପତି ହୋଇଥିଲା । ସୋଷ, ସୁନନ୍ଦ, ବିଦ୍ୟା ଏବଂ ଭରତଙ୍କୁ ଗଁ। ଦାଣ୍ଡରେ ଦଉଡିରେ ବାନ୍ଧି ଗ୍ରାମର କିଛି ଲୋକ ମାଡ ମାରିବା ସହ ଘଟଣାକୁ ସ୍ବୀକାର କରିବାକୁ ବାଧ୍ୟ କରିଥିଲେ । ଏପରିକି ସେମାନଙ୍କୁ ମଣିଷ ବିଷ୍ଟା ଜବରଦସ୍ତି ଖୁଆଇଥିଲେ । ନିର୍ଯ୍ୟାତିତଙ୍କ ପରିବାରକୁ ଏନେଇ ଧମକ ଦିଆଯିବା ସହ ଥାନାକୁ ଜଣାଇଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ ଅଭିଯୁକ୍ତ । ଗତ ୨୦ ତାରିଖରେ ସୋଷ ନାୟକ ବାଣିଗୋଛା ଥାନାରେ ଏନେଇ ଅଭିଯୋଗ କରିଥିଲେ । ସେ ଗଁ।ର ସଞ୍ଜୟ ନାୟକ, ଭରତ ପ୍ରଧାନ, ରୋହିତ ନାୟକ, ତାରାକା ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକ ସେମାନଙ୍କୁ ନିର୍ଯ୍ୟାତନା ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଏତଲାକୁ ଗ୍ରହଣ କରି ୫୮/୨୧ରେ ମାମଲା ରୁଜୁ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି । ସେପଟେ ଗଁ।କୁ ଗଲେ ଆକ୍ରମଣ ଭୟରେ ନିର୍ଯ୍ୟାତିତମାନେ ଜଙ୍ଗଲରେ ଲୁଚିଥିବା ଜଣାପଡିଛି । ତବେ ଘଟଣାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଥିବା ଅତିରିକ୍ତ ଏସ୍.ପି. କହିଛନ୍ତି । ଆଦିବାସୀ ଅଧ୍ୟୁସିତ ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏହାକୁ ରୋକିବାକୁ କୈ।ଣସି ପଦକ୍ଷେପ ନେଉନଥିବାବଳେ ଗଣମାଧ୍ୟମ ନଜରକୁ ଆସିଲେ ପୋଲିସ କେବଳ ଲୋକ ଦେଖାଣିଆ ପଦକ୍ଷେପ ନେଉଥିବା ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.