Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ରାଜଧାନୀରେ ଦୀର୍ଘ ଦିନ ହେଲା ବିଭିନ୍ନ ଲୋକଙ୍କ ଘରେ କଳାକନା ବୁଲାଇ ଆସୁଥିବା ୪ଲୁଟେରା ଗିରଫ: କାର, ସୁନା, ଟିଭି ଓ ମାରଣାସ୍ତ୍ର ଜବତ

16/07/2019 at 7:53 PM

ଭୁବନେଶ୍ବର୧୬|୭: ରାଜଧାନୀରୁ ଲୁଟେରା ଗିରଫ । ଚାରି ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଲୁଟେରା ମନଙ୍କ ନିକଟରୁ ଦୁଇଟି ଦାମି କାର , ତିନୋଟି ବାଇକ , ଚାରୋଚି ଏଲଇଡି ଟିଭି , ଦେଢଶହ ଗ୍ରାମର ସୁନା ଅଳଙ୍କାର ଓ ମାଉଜର ଅଫୁଟା ଗୁଳି ଜବତ କରାଯାଇଛି ।

ସ୍ପେଶାଲ ସ୍କ୍ବାର୍ଡ ହାତରେ ଚାରୀ ଲୁଟେରା । ଏମାନଙ୍କର ଅପରେସନ ଖଣ୍ଡଗିରି ଏୟାରଫିଲ୍ଡ , ଏୟାରପୋର୍ଟ , ବଡଗଡ , ସହିଦନଗର , ନୟାପଲ୍ଲୀ ମଞ୍ଚେଶ୍ବର ଓ ସହିଦ ନଗର ଅଞ୍ଚଳ ରହିଥିଲା । ଏମାନେ ସମସ୍ତେ ପେଶାଦର ଅପରାଧି । ଘରେ କେହି ନଥିବାର ସୁଯୋଗ ନେଇ ଏହି ଲୁଟେରା ମାନେ ଘର ସଫା କରିଦେଉଥିଲେ । ଗତ ଜାନୁଆରୀ ମାସରେ ଏୟାରପୋର୍ଟରେ ଥୁଆ ହୋଇଥିବା ଏକ ଫୋର୍ଡ କାରର ଲକ ଭାଙ୍ଗି ନେଇଯାଇଥିଲେଏହି ଲୁଟେରା ଦଳ ।  ସେହିଭଳି ଗତ ଜାନୁଆରୀ ମାସରେ ପୋଖରୀପୁଟରୁ ଏକ ନାଲି ରଙ୍ଗର କାର ଲୁଟ କରିବାରେ ସଫଳ ହୋଇଥିଲେ ଏହି ଦଳ ।

 କମିସନରେଟ ପୋଲିସ ସହ ସ୍ପେଶାଲ ସ୍କ୍ବାର୍ଡ ରାଜଧାନୀରେ ବଢି ଚାଲିଥିବା କାର ଲୁଟ ଘଟଣାର ତଦନ୍ତ କରୁଥିବା ବେଳେ ଧରା ପଡିଥିଲେ ଏମାନେ । ଲୁଟେରାମାନଙ୍କ ନିକଟରୁ ଦୁଇଟି କାର ଦେଢଶହଗ୍ରାମର ସୁନା ଅଳଙ୍କାର ଚାରୋଟି ଏଲଇଡି ଟିଭି ତିନୋଟି ଦାମି ବାଇକ ସହ ଲାପଟପ ଓ ବହୁ ପରିମାଣର ଘର ଉପକରଣ ସାମଗ୍ରୀ ଜବତ କରାଯାଇଥିଲା । ଏମାନଙ୍କ ନିକଟରୁ ଗୋଟିଏ ମଉଜର ସହ ଅଫୁଟା ଗୁଳି ମଧ୍ୟ ଜବତ କରିଥିଲା ସ୍ପେଶାଲ ସ୍କ୍ବାର୍ଡ ।

ଧରାପଡିଥିବା ଚାରି ଲୁଟେରାଙ୍କ ମଧ୍ୟରେ ଗଣେଷ ପୁର୍ତ୍ତି ଥିଲା ଏମାନଙ୍କର ମାଷ୍ଟର ମାଇଣ୍ଡ ଗଣେଷ ସହିଦନଗର ଆଖଣ୍ଡଳମଣି ବସ୍ତିରେ ରହୁଥିଲା । ସେହିଭଳି କ୍ୟପିଟାଲ ଥାନା ଅଧିନରେ ଝରଣା ବସ୍ତିରେ ରହୁଥିବା ଶେଖ ସଦାମ ହୁସେନ , ନୟାପଲ୍ଲୀ ସାଲିଆ ସାହିର ପ୍ରଦିପ ସାହୁ ଓ ଏମାନଙ୍କ ନିକଟରୁ ସାଗମାଛ ଦରରେ ଚୋରା ସାମଗ୍ରୀ କିଣୁଥିବା ଭିଙ୍ଗାରପୁରର ବଳରାମ ନାୟକକୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ । ପୁର୍ବରୁ ଏମାନଙ୍କ ନାଁରେ ଭୁବନେଶ୍ବର ୟୁପିଡିରେ ଅନେକ ଅପରାଧିକ ମାମଲା ରହିଥିବା କହିଛନ୍ତି ଡିସିପି ।

ବଳରାମ ନିକଟରୁ ଆହୁରି ଅନେକ ଚୋରା ସାମଗ୍ରୀ ମିଳିବାର ସୁଚନା ମିଳିଛି । ବଳରାମ କହିବା ମୁତାବକ ସେ ତାର ଗାଁରେ ଆହୁରି ଚାରୋଟି ବଡ ଏଲଇଡି ସମେତ ଦୁଇଟି ସୁନାହାର , ଗୋଟିଏ ଚେନ  ସୁନାମୁଦି ବିକ୍ରୀ କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ।

   Related Posts