ଏଟିଏମ୍‌ ଲୁଟ ଘଟଣା: ସିସିଟିଭି ଫୁଟେଜ୍ ଆଧାରରେ ୪ ଲୁଟେରାଙ୍କୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | December 21, 2020 IST

ଢ଼େଙ୍କାନାଳ୨୧/୧୨: ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଗିରଫ କଲା ଢେଙ୍କାନାଲ ଜିଲ୍ଲା ମୋଟଙ୍ଗା ପୁଲିସ। ସେମାନଙ୍କଠୁ୨ଟି ବାଇକ, ମୋବାଇଲ ଓ ୨୧ ହଜାର ୫ଶହ ଟଙ୍କା ଜବତ ସହ ୪ ଲୁଟେରାଙ୍କୁ ପୋଲିସ୍ ଗିରଫ କରିଛି। ଗତ ୧୪ ତାରିଖ ରାତିରେ ଢେଙ୍କାନାଲ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ ଥିବା ଏସବିଆଇ ଏଟିଏମ  କାଟି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଥିଲେ ଲୁଟେରା। ଏହି ଲୁଟ ଘଟଣାରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ମିଳିଥିବା ସୂଚନା ଅନୁସାରେ ଲୁଟ ଘଟଣାରେ ୬ ଜଣଙ୍କ ସଂପୃକ୍ତି ଥିବା ବେଳେ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

ଗିରଫ ୪ ଜଣ ହେଲେ ସ୍ଥାନୀୟ ମୋଟଙ୍ଗା ଗ୍ରାମର ବିଶ୍ବଜିତ ନାୟକ, ରତିକାନ୍ତ ସାହୁ, ସଙ୍କେତ ବେହେରା ଓ ସୁଭମ ବେହେରା। ତେବେ ଏହି ଲୂଟ ଘଟଣାର ମୁଖ୍ୟ ଦୁଇଜଣଙ୍କୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ଅପର ପକ୍ଷରେ ଏମାନେ ଲୁଟରେ ବ୍ୟବହାର କରିଥିବା ୨ଟି ବାଇକ, ୪ଟି ମୋବାଇଲ ଫୋନ, ୩ଟି ଅକ୍ସିଜେନ ସିଲିଣ୍ଡର, ଗ୍ୟାସ କଟର ଆଦି ଜବତ କରାଯାଇଛି । ତେବେ ଫେରାର ଥିବା ମୁଖ୍ୟ ଲୁଟେରା ଦୁଇଜଣଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.