ବାଲିଅନ୍ତା ପୋଲିସ କବଜାରେ ୪ ଲୁଟେରା
28/12/2020 at 10:39 PM

ବାଲିପାଟଣା୨୮/୧୨: ବାଲିଅନ୍ତା ପୋଲିସ କବଜାରେ ଚାରି ଲୁଟେରା। ଚାରି ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ଗତ ୨୩ ତାରିଖରେ ଲୁଟ୍ କରିଥିଲେ ଏହି ଲୁଟେରା। ଏହି ଲୁଟେରାମାନେ ହେଲେ ବାଲିଅନ୍ତା ଥାନା ବେଣ୍ଟପୁର ଭୋଇ ସାହିର ସମୀର ଭୋଇ, ରାକେଶ ଭୋଇ, ରାଜେନ୍ଦ୍ର ଭୋଇ ଏବଂ ବାଲିପାଟଣା ଥାନା ମାର୍ଥାପର ଗ୍ରାମର ସନ୍ତୋଷ ବେହେରା । ଏମାନଙ୍କ ନିକଟରୁ ୧୦ ହଜାର ଟଙ୍କା ସହ ଏକ ଆକ୍ଟିଭା ଗାଡି ଜବତ କରିଛି ପୋଲିସ୍। ବାଲିପାଟଣା ଥାନା ଏବଂ ବାଲିଅନ୍ତା ଥାନା ଅଞ୍ଚଳର ଏମାନେ ୪ରୁ ଉର୍ଦ୍ଧ୍ବ ଲୁଟ୍ ଘଟଣାରେ ସଂପୃକ୍ତ ଅଛନ୍ତି। ମୁଖ୍ୟତଃ ଏମାନେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାକୁ ଟାର୍ଗେଟ୍ କରି ଲୁଟ୍ କରୁଥିଲେ।
Related Posts
ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
23 January 2021