ଭଦ୍ରକରେ ୪ ଗୋଡିଆ କୁକୁଡ଼ା : ଦେଖିବାକୁ ଲୋକଙ୍କ ଭିଡ

Published By : Prameya-News7 Bureau | January 12, 2019 IST

ଭଦ୍ରକ ୧୨/୧ : ଭଦ୍ରକରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ | ଏଠାରେ ଜନ୍ମ ହୋଇଛି ଏକ କୁକୁଡ଼ା ଯାହାର ୪ଟି ଗୋଡ | ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ | କିନ୍ତୁ କଥାଟି ସତ | ଭଦ୍ରକ ଜିଲ୍ଲା ନରିପୁରରେ ଏମିତି ଏକ କୁକୁଡ଼ା ଚିଆଁ ଜନ୍ମ ହୋଇଛି | ନରିପୁର ଗାଁର କୁନି ଦାସ ନାମକ ଜଣେ ମହିଳା ନିଜ ଘରେ କୁକୁଡ଼ା ପାଳିଥିଲେ | ତାଙ୍କ କୁକୁଡ଼ା ଅଣ୍ଡା ଦେଇଥିଲା | ସେହି ଅଣ୍ଡାରୁ ୬ଟି ଅଣ୍ଡାରୁ ଆଜି କୁକୁଡ଼ା ଚିଆଁ ବାହାରିଛି |

{"id":73153}

ସମସ୍ତ କୁକୁଡ଼ା ଚିଆଁ ସାଧାରଣ ଥିବାବେଳେ ଗୋଟିଏ ଚିଆଁର ୪ଟି ଗୋଡ ରହିଥିବା କୁନି ଦାସ ଦେଖିଥିଲେ | ଏହି ୪ ଗୋଡିଆ କୁକୁଡ଼ା ଚାଲି ପାରୁଛି | କୁକୁଡ଼ା ଖାଉଛି ଏବଂ ସୁସ୍ଥ ମଧ୍ୟ ଅଛି | ଏଭଳି ଏକ ଅଦ୍ଭୁତ କୁକୁଡ଼ାକୁ ଦେଖିବାକୁ କୁନି ଦାସଙ୍କ ଘରେ ଆଖପାଖ ଲୋକ ଭିଡ ଜମାଇଛନ୍ତି |

{"id":73154}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.