Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ମହାରାଷ୍ଟ୍ରରୁ ଆସୁଛି ୧ ଲକ୍ଷ ଅଟୋ, ଘରକୁ ଫେରୁଛନ୍ତି ୪ଲକ୍ଷ ଶ୍ରମିକ

13/05/2020 at 2:18 PM

ମୁମ୍ବାଇ ୧୩।୫: କରୋନା ଲକଡାଉନ୍ ଯୋଗୁ ମହାରାଷ୍ଟ୍ରର ବିଭିନ୍ନ ସହରରେ ଅଟକି ରହିଥିବା ୟୁପି ଓ ବିହାରର ଲୋକେ ଶେଷରେ ଅନ୍ୟୋନପାୟ ହୋଇ ଅଟୋ ରିକ୍ସାରେ ଘରକୁ ଫେରୁଥିବା ଜଣାପଡିଛି।  ପ୍ରାୟ ୪ ଲକ୍ଷ ଲୋକେ ୧ ଲକ୍ଷ ଅଟୋ ରିକ୍ସାରେ ନିଜନିଜ ଗାଁକୁ ମୁହାଁଇଛନ୍ତି। ଏହି ସବୁ ଶ୍ରମିକମାନେ ମହାରାଷ୍ଟ୍ରର ଠାଣେ, ମୁମ୍ବାଇ, ବିରାର, ପୁଣେ ଓ ନବୀ ମୁମ୍ବାଇ ଆଦିରୁ  ବାହାରିଛନ୍ତି।

କରୋନା ଲକଡାଉନରେ \ଲୋକେ ମହାରାଷ୍ଟ୍ରରେ ଅଟକି ରହିଥିବା ବେଳେ ସେମାନେ ସରକାରଙ୍କ ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରିବା ସମ୍ଭବ ହେଉନି। ଏଣୁ ଏମାନେ ଘରକୁ ଫେରିବା ଲାଗି ଅଟୋ ରିକ୍ସାକୁ ସୁଗମ ଉପାୟ ବାଛିଛନ୍ତି। ଏହି ସବୁ ଶ୍ରମିକମାନେ ଉପରୋକ୍ତ ସହରାଞ୍ଚଳମାନଙ୍କରେ ଅଟୋ ରିକ୍ସା ଚଳାଇ ପେଟପାଟଣା ତୁଲାଉଥିଲେ। ତେବେ କରୋନା ପରବର୍ତ୍ତି ପରିସ୍ଥିତିରେ ଆଉ ହୁଏତ ଏହି ସବୁ ସହରାଞ୍ଚଳରେ ଆଗଭଳି ଅଟୋ ରିକ୍ସା ଲାଗି ଲାଭଜନକ ହୋଇନପାରେ। ଏଣୁ ଅଟୋଚାଳକମାନେ ସେମାନଙ୍କ ରିକ୍ସା ସହ ଘରକୁ ଫେରୁଥିବା ବେଳେ ସାଙ୍ଗରେ ୪ଜଣ ଲେଖାଏଁ ଯାତ୍ରୀଙ୍କୁ  ନେଇ ଫେରୁଛନ୍ତି।

ଏଭଳି ଶ୍ରମିକଙ୍କର କହିବା କଥା ହେଲା ଦେଶରେ ଲକଡାଉନ ଲାଗୁ ହେବାର ୨ ମାସ ବିତିଗଲାଣି। ଏଥିରେ ସେମାନଙ୍କ ପାଖରେ ଯାହା କିଛି ଥିଲା ତାହାବି ଶେଷ ହୋଇ ଆସିଲାଣି। ଏବେ ଲକଡାଉନ ହଟିବ ବୋଲି ତାର ବି କୌଣସି ସଠିକ ସୂଚନା ମିଳୁନାହିଁ। ଏଣୁ ଏବେଠୁ  ପଳାଇ ନ ଗଲେ ଆଉ ହୁଏତ ଘରକୁ ଫେରିବା ବି ସମ୍ଭବନ ନ ହୋଇପାରେ। ଏହି ସବୁ ଅଟୋଚଳାକଙ୍କ  ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ ବିହାର ଓ ଝାରଖଣ୍ଡର। ତେବେ କେବଳ ଅଟୋ ରିକ୍ସା ନୁହେଁ ଲୋକେ ବାଇକ୍, ସାଇକେଲ ଓ ଠେଲାରେ ବି ନିଜନିଜ ଘରକୁ ଫେରିବାରେ ଲାଗିଛନ୍ତି।

   Related Posts