ଦିନ ଦ୍ବିପହରେ ଭୁଆଁ ବୁଲାଇ ୪ ଲକ୍ଷ ଟଙ୍କା ଲୁଟି ନେଲା ଲୁଟେରା

Published By : Prameya-News7 Bureau | February 28, 2020 IST

କଟକ୨୮/୨: କଟକ ସହରର ମହାନଦୀ ବିହାର ଅଞ୍ଚଳରେ ଲୁଟପାଟ ଘଟଣା। ଜଣେ ବ୍ୟବସାୟୀ ରାସ୍ତା କଡରେ ରଖିଥିବା ଏକ କାରର କାଚ ଭାଙ୍ଗି ଦୁର୍ବୃତ୍ତମାନେ ୪ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଅଭିଯୋଗ ପାଇବା ପରେ ଚାଉଳିଆଗଞ୍ଜ ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଏଯାଏଁ ଲୁଟେରା କିମ୍ବା ଲୁଟ୍ ଅର୍ଥର ପୋଲିସ ଟେର୍ ପାଇନି।

ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଲେ ମହାନଦୀ ବିହାରର ପ୍ରଶାନ୍ତ କୁମାର ସେନାପତି। ଶ୍ରୀରାମ ସିକ୍ୟୁରିଟି ସର୍ଭିସର ମାଲିକ ଶ୍ରୀ ସେନାପତି ଆଜି ସ୍ଥାନୀୟ ଆକ୍ସିସ୍ ବ୍ୟାଙ୍କରୁ ଟଙ୍କା ୬ ଲକ୍ଷରୁ ଅଧିକ ଟଙ୍କା ଉଠାଇଥିଲେ.ପରେ ସେ ୨ ଲକ୍ଷ ଟଙ୍କା କର୍ମଚାରୀଙ୍କ ଦରମା ବାବଦକୁ ପଠାଇ ଦେଇଥିଲେ। ବାକି ୪ଲକ୍ଷ ୪୦ ହଜାର ଟଙ୍କା କାରର ପଛ ସିଟରେ ରଖିଥିଲେ। ସେହି ସମୟରେ ଜଣେ ଯୁବକ ତାଙ୍କୁ ଡାକିଥିଲେ। ସେ କାର ରଖି ପଛକୁ ଯିବା ବେଳେ ଆଉ ଜଣେ ଯୁବକ ଆସି କାରରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.