Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ବାଡ଼ିରେ ଖେଳୁଥିଲେ ଦୁଇ ଯୋଡ଼ି ନାଗ ନାଗୁଣୀ, ପରିବାର ଲୋକ ଦେଖି ଭୟଭୀତ

7/03/2021 at 6:30 PM

ଭଦ୍ରକ, ୦୭/୦୩: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପାଟୁଳି ପଞ୍ଚାୟତ ଅନ୍ତର୍ଗତ  ସାମଲ ସାହିରେ ଜଣଙ୍କ ବାଡିରୁ ୪ଟି ବିଷଧର ନାଗ, ନାଗୁଣୀ ସାପ ଉଦ୍ଧାର କରାଯାଇଛି । ଉକ୍ତ ଗ୍ରାମର ଭଗବାନ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଏହି ବିଷଧର ସାପ ବୁଲୁଥିଲା ବେଳେ ତାଙ୍କ ପରିବାର ଲୋକ ଦିଖିଥିବା ଜଣାପଡ଼ିଛି ।

ସାପଗୁଡ଼ିକୁ ଘର ପାଖରେ ଦେଖିବା ପରେ ଭଗବାନ ଓ ତାଙ୍କ ପରିବାର ଲୋକ ଭୟଭୀତ ହୋଇଯାଇଥିଲେ । ପରେ ଏନେଇ ସାପ ଧରାଳି ମିର୍ଜ୍ଜାଙ୍କ ସହ ପରିବାର ଲୋକ ଯୋଗାଯୋଗ କରିଥିଲେ । ଆଜି ସାପ ଧରାଳି ମିର୍ଜ୍ଜା ପହଞ୍ଚି ୪ଟି ବିଷଧର ନାଗ ସାପକୁ ଧରିଥିଲେ ।

ଏତେ ସଂଖ୍ୟକ ନାଗ ସାପ ବାହାରିବା ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଥିଲା । ଉଦ୍ଧାର ସାପ ଗୁଡିକ ନିକଟସ୍ଥ  ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ମିଳିଛି ।

   Related Posts