ସୀମାନ୍ତରେ ଲାଲ୍ ହିଂସା : ୪ ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ, ପୋଲିସ ସୂଚନାଦାତା ସନ୍ଦେହରେ ଦୁଇ ଦିନ ତଳେ ଘରୁ ଉଠାଇ ନେଇଥିଲେ

Published By : Prameya-News7 Bureau | September 05, 2020 IST

ମାଲକାନଗିରି, ୦୫।୦୯:  ପୁଣି ସୀମାନ୍ତରେ ରକ୍ତର ହୋଲି ଖେଳିଲା ଲାଲ ବାହିନୀ। ପୋଲିସ ଇନଫର୍ମର ସନ୍ଦେହରେ ୪ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ସୂଚନାନୁସାରେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ଗାଁଗଲୁର ଥାନା ଅନ୍ତର୍ଗତ ମେଟାପାଲ ଓ ପୁସନାଲ ଗ୍ରାମର ୨୫ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ । ପରେ ପ୍ରଜାକୋର୍ଟ କରି ୪ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ଅନ୍ୟ ଗ୍ରାମବାସୀ ମଧ୍ୟ ଏବେସୁଦ୍ଧା ମାଓବାଦୀଙ୍କ କବଜାରେ ରହିଥିବା ଜଣା ପଡିଛି ।

ଖବର ପାଇବା ପରେ ବିଜାପୁର ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି । ତେବେ  ଗ୍ରାମବାସୀଙ୍କର ମୃତଦେହକୁ ଉଦ୍ଧାର କରା ଯାଇଛି । ସେମାନଙ୍କ ପରିବାର ଲୋକେ ମୃତକମାନଙ୍କୁ ଚିହ୍ନଟ କରିଛନ୍ତି । ଏବେ ମଧ୍ୟ ଅପରେସନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି କମାଲ ଲୋଚନ କାଶ୍ୟପ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.