ଭୁବନେଶ୍ବରରୁ ୪ କିଲୋ ୪୮୬ ଗ୍ରାମ ବ୍ରାଉନସୁଗାର ଜବତ: ୩ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

Published By : Prameya-News7 Bureau | June 19, 2020 IST

ଭୁବନେଶ୍ବର୧୯/୬: ଏସ୍‌ଟିଏଫ୍‌ ଟିମ୍‌କୁ ବଡ଼ ସଫଳତା ମିଳିଛି। ୨୦୧୬ରୁ ୨୦୧୯ ଯାଏଁ ଓଡିଶା ପୋଲିସ୍‌ ଯେତେ ବ୍ରାଉନ ସୁଗାର ସିଜ୍‌  କରିଥିଲେ ଏସ୍‌ଟିଏଫ୍‌ ଟିମ୍‌ ୬ ମାସରେ ସେତିକି ବ୍ରାଉନ ସୁଗର ସିଜ୍ କରିଛି। ରସୁଲଗଡରୁ ୪ କିଲୋ ୪୮୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ପୂର୍ବରୁ ଏକାଥରକେ ଏତେ ବ୍ରାଉନସୁଗର ଜବତ ହୋଇନଥିଲା। ଏ ବର୍ଷ ଏସ୍‌ଟିଏଫ୍‌ ଟିମ୍‌ ୧୨ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ପୋଲିସ୍‌ ଡିଜି ଏ ସଂପର୍କରେ  ସୂଚନା ଦେଇଛନ୍ତି। ଏହି ବ୍ରାଉନ ସୁଗାର ଜବତ ଘଟଣାରେ ପୋଲିସ୍‌୩ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରୁ ଗିରଫ କଲା କ୍ରାଇମବ୍ରାଞ୍ଚ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.