୪ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ହତ୍ୟା କଲେ ମାଓବାଦୀ: ସ୍ଥାନୀୟ ଲୋକଙ୍କ ଛାତିରେ ପଶିଲା ଛନକା

Published By : Prameya-News7 Bureau | September 22, 2020 IST

ମାଲକାନାଗିରି୨୨/୯: ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଘଟିଛି।  ପ୍ରଜାକୋର୍ଟରେ ୪ ଗ୍ରାମବାସୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ମାଲକାନଗିରି-ଛତିଶଗଡ଼ ସୀମା ମାଓବାଦୀଙ୍କର ଏଭଳି ବର୍ବରକାଣ୍ଡ ଘଟିଛି। ପ୍ରଜାକୋର୍ଟରେ ୪ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ। ମୃତକ ହେଲେ  ଗାଙ୍ଗାଲୁର ଥାନା ସାଓ୍ବାନାର ଗାଁର ବାସିନ୍ଦା। ଆଉ କିଛି ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। କେବଳ ସେତିିକି ନୁହେଁ ଏହି ଛାତି ଥରା ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ କବାଟ କିଳି ଘରେ ରହିଥିବା ଜଣାପଡିଛି। ଯେଉଁମାନଙ୍କୁ ମାଓବାଦୀମାନେ ଅପହରଣ କରି ନେଇଛନ୍ତି, ସେମାନଙ୍କ ଅବସ୍ଥା କିପରି ଥିବ, ତାହା ଆକଳନ କରିବା କଷ୍ଟକର। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ଛାତିରେ ଛନ୍‌କା ପଶିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.