Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ପାକିସ୍ତାନପଟୁ ଚାଲିଛି ପ୍ରଚଣ୍ଡ ମୋର୍ଟାର ମାଡ, ଏପଟେ କାଶ୍ମୀର ଘାଟିରେ ଘରେ ପଶି ଜଣେ ଶିଶୁ ସମେତ ପରିବାର ୪ଜଣଙ୍କୁ ଗୁରୁତର ଆହତ କଲେ ଆତଙ୍କବାଦୀ …

7/09/2019 at 1:53 PM

ଶ୍ରୀନଗର୭|୯: କାଶ୍ମୀରରେ ଅନ୍ତୋଷ ବଢ଼ିବାରେ ଲାଗିଛି। ଶନିବାର ସକାଳେ କାଶ୍ମୀରର ସୋପୋରସ୍ଥିତ ଡାଙ୍ଗରପୋରାରେ ଜଣଙ୍କ ଘରେ ଆତଙ୍କବାଦୀ ପଶି ଗୁଳି ଚାଳନା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଶିଶୁ ସମେତ ପରିବାରର ଚାରିଜଣ ସଦସ୍ୟ ଗୁରୁତର ଆହାତ ହୋଇଛନ୍ତି। ଶନିବାର ଦିନ ପାକିସ୍ତାନ ପଟୁ ଅସ୍ତ୍ରବିରତି ଆଇନ ଉଲଂଘନ କରାଯାଇଥିଲା।ଭାରତୀୟ ଯବାନ ମଧ୍ୟ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି।

ସେନା ମୁଖପାତ୍ରଙ୍କ କହିବା ଅନୁସାରେ, ଶନିବାର ସକାଳ ୭.୪୫ ଟାରେ ପାକିସ୍ତାନର ସେନା  କୃଷ୍ଣଘାଟିର ଚେକପଏଣ୍ଟ ଓ  ଆଖପାଖ ଅଞ୍ଚଳରେ ଥିବା ଗାଁଗୁଡିକୁ ଟାର୍ଗେଟ କରି ମୋର୍ଟାର ମାଡ କରିଥିଲେ।ସେପ୍ଟେମ୍ବର ୧ ତାରିଖରେ ପାକିସ୍ତାନ ମଧ୍ୟ ଅସ୍ତ୍ର ବିରତି ଉଲଂଘନ କରି ଗୁଳି ଚାଳନା କରିଥିଲା। ଏଥିରେ ଜଣେ ଭାରତୀୟ ଯବାନ ସହିଦ୍ ହୋଇଥିଲେ।

ଶାହପୁର-କେରନୀ ସେକ୍ଟରର ଚେକ୍‌ ପଏଣ୍ଟସ ଓ ପାଖ ଅଞ୍ଚଳରେ ଥିବା ଗାଁ ଗୁଡିକୁ ଟାର୍ଗେଟକରି ଆତଙ୍କବାଦୀ ଗୁଳି ଚାଳନା ସହ ମୋର୍ଟାର ମାଡ କରୁଛନ୍ତି।ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଅସ୍ତ୍ରବିରତି ଆଇନ ଉଲଂଘନ କରି କାଶ୍ମୀରର ୮ଜଣଙ୍କୁ ଗୁଳି କରି ହତ୍ୟା କରିଛି।ଏଥିରେ ୬ଜଣ ଯବାନ ଓ ୨ ଜଣ ସାଧାରଣ ନାଗରିକ ସାମିଲ ଅଛନ୍ତି।

   Related Posts