ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଡ୍ରାଇଭରଙ୍କ ସମେତ ୪ ଗୁରୁତର
21/05/2020 at 4:04 PM

ଖଲ୍ଲିକୋଟ ୨୧।୫: ଗଞ୍ଜାମ ଜିଲ୍ଲା ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥ ଡିଆରଡିଏରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖଲ୍ଲିକୋଟ ବ୍ଲକ୍ ମାଣିକପୁରରୁ ବ୍ରହ୍ମପୁର ମେଡିକାଲକୁ ଯାଉଥିବା ବେଳେ ଛତ୍ରପୁର ଡିଆରଡିଏ ଛକ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ।

ଦୁର୍ଘଟଣାରେ ଚାଳକ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଅଟୋରେ ଚାଳକଙ୍କ ସମେତ ୪ ଜଣ ଥିଲେ । ଗୁରୁତର ହେଉଛନ୍ତି ୩ ଜଣ ମହିଳା । ତୁରନ୍ତ ସେମାନଙ୍କୁ ପୋଲିସ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଚିକିତ୍ସା ପଠାଇଛି ।