ମଦ ମାଫିଆଙ୍କ ଆକ୍ରମଣରେ ୪ ଗୁରୁତର

Published By : Prameya-News7 Bureau | April 13, 2019 IST

ଝାରସୁଗୁଡା ୧୩|୪: ଝାରସୁଗୁଡ଼ା ବ୍ରଜରାଜନଗରରେ ବେଆଇନ ମଦ କାରବାରକୁ ବିରୋଧ କରିବାରୁ ମଦ ମାଫିଆଙ୍କ ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଛତିଶଗଡ଼ ସୀମାନ୍ତ ବାଦିମାଲ ପଞ୍ଚାୟତର ବଡ଼ଧରା ଗାଁରେ ଏହି ଘଟଣା ଘଟିଛି। ବେଆଇନ ଦେଶୀ ମଦ ରନ୍ଧା ହେବାକୁ ସ୍ଥାନୀୟ ସରପଞ୍ଚଙ୍କର ସ୍ବାମୀଙ୍କ ସମେତ ଅନ୍ୟ କେତେକ ଲୋକ ବିରୋଧ କରିଥିଲେ। ମଦ ମାଫିଆଙ୍କ ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି ସ୍ଥାନୀୟ ବିଧାୟକ ପ୍ରାର୍ଥୀ। ସେହି ଅଞ୍ଚଳରେ ମଦ ମାଫିଆଙ୍କ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.