ବାଙ୍କୀରେ ଜଙ୍ଗଲୀ ବାରହା ଆକ୍ରମଣରେ ୪ଜଣ ଆହତ

Published By : Prameya-News7 Bureau | September 01, 2018 IST

ବାଙ୍କୀ ୧/୯ : ବାଙ୍କୀ ଦୋଲଣ।ପୁର ଗ୍ରାମରେ ଜମିରେ କାମ କରୁଥିବା ବେଳେ ଜଙ୍ଗଲୀ ବାରହା ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୨ ଜଣ ଡମପଡା ମେଡିକାଲରେ ଚିକିତ୍ସା ହେଉଥିବାବେଳେ ଆଉ ୨ଜଣ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହିଚାରି ଜଣ ଚାଷ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ସେମାନଙ୍କ ପଛ ପଟୁ ୫ ଟି ଜଙ୍ଗଲି ବାରହା ଏକାସାଙ୍ଗରେ ଆସି ଆକ୍ରମଣ କରିଥିଲେବୋଲି ଆହତଙ୍କ ପକ୍ଷରୁ ସୂଚନା ମିଳିଛି । ସେପଟେ ଏନେଇ ଡମପଡା ରେଞ୍ଜର ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ଯୋଗାଇଦେଇଛନ୍ତି ।ଯାହା ସରକାରୀ ବ୍ୟବସ୍ଥା ରହିଛି ସେମାନଙ୍କୁ ଯୋଗାଇ ଦେବାକୁ କହିଛନ୍ତି ରେଞ୍ଜର । ଆଗକୁ କିଭଳି ଏଭଳି ଘଟଣା ନଘଟିବ ସେଥିପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି । ଆକ୍ରମଣରେ ଶିକାର ହେଉଥିବା ସ୍ୱସ୍ଥ୍ୟ ଅବସ୍ଥା ଭଲଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.