ଟ୍ରେନ ଯିବାପରେ ଛିଡିପଡ଼ିଲା ରେଳ ଫାଟକ , ୪ ଆହତ

Published By : Prameya-News7 Bureau | November 05, 2019 IST

ଟୌଦ୍ବାର୫|୧୧: ପୂର୍ବତଟ ରେଳବାଇର ଟାଙ୍ଗି ନିକଟରେ ଥିବା ରେଳ ଫାଟକ ଆଜି ଅପରାହ୍ନରେ ଛିଡିପଡ଼ିବା ଯୋଗୁଁ ୪ଜଣ ଆହତ ହୋଇଛନ୍ତି । ଟ୍ରନ ଯିବାପରେ ରେଳ ଫାଟକ ଉଠିଥିଲା । ତେବେ ହଠାତ ଫାଠକଟି ଛିଡିପଡି ଗୋଟିଏ ବୋଲେରୋ ଓ ଗୋଟିଏ  ବାଇକ ଚାଳକଙ୍କ ଉପରେ ପଡିଯାଇଥିଲା ।

{"id":179614}

ଟ୍ରେନ ଯିବା ପରେ ଫାଟକ ଉଠା ଯିବା ସମୟରେ ଲୁହା ଫାଟକ ଅଧାରୁ ଖସି ଯାଇଥିଲା। ଅଳ୍ପକେ ଅନେକ ଲୋକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି।ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଜଣାପଡିଛି । ବର୍ତ୍ତମାନ ଟାଙ୍ଗି କପିଳାଶ ରାସ୍ତାରେ ଯାତାୟତ ବନ୍ଦ ରହିଛି।

{"id":179615}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.