Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଶିକାର କରିବା ପୂର୍ବରୁ ଧରିଲା ବନ ବିଭାଗ: ୪ ଶିକାରୀ ଗିରଫ, ବନ୍ଧୁକ ଜବତ

12/06/2020 at 9:34 PM

ନୀଳଗିରି, ୧୨|୦୬: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟରେ କିଛିଦିନ ଧରି ଶିକାରୀ ସକ୍ରିୟ ହୋଇଉଠିଛନ୍ତି।ଆଉ ଦିନକ ପରେ ରଜ ସଂକ୍ରାନ୍ତି ପଡ଼ୁଥିବାରୁ ଶିକାରୀମାନେ କୂଳଡିହା  ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ମାଂସ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି।ନୀଳଗିରି କୂଳଡିହା ବନବିଭାଗ ଜଡ଼ାଚୁଆ ସେକସନ ବାଲିଆନାଳ ବିଟ୍ ଋଷିଆ ଅଂଚଳରେ ଚଢ଼ାଉ କରି ୪ ଜଣ ଶିକାରୀ ଙ୍କୁ ଗିରଫ କରିଛି। ସେମାନଙ୍କଠୂ ବନ୍ଧୁକ ମାରଣାସ୍ତ୍ର ,ବାରୁଦ ଜବତ କରିଛି ପୋଲିସ।

ନୀଳଗିରି ଅଂଚଳରେ ଥିବା ୨୭୨.୭୫ ବର୍ଗ କିଲୋମିଟର ବ୍ୟସାର୍ଦ୍ଧ କୂଳଡିହା ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ରହନ୍ତି।ହରିଣ,କୁଟାରୀ,ସମ୍ବର,ବାରହା,ଝୀଙ୍କ ଆଦି ଜୀବଜନ୍ତୁ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ରହିଛି।ଦିନକ ପରେ ରଜ ସଂକ୍ରାନ୍ତି ପଡୁଥିବାବେଳେ ଏବେ କୂଳଡିହା ଅଭୟାରଣ୍ୟର ସୀମାନ୍ତ ଗାଁର ଶିକାରୀ ମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି।ବାଲେଶ୍ଵର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦେଶରେ କୁଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ  ଅଭୟାରଣ୍ୟର ବିଭିନ୍ନ ବିଟରେ ଟିମ୍ ଗଠନ କରି ପେଟ୍ରୋଲିଂ କଡାକଡି କରିଛନ୍ତି।

ଗୁରୁବାର ରାତ୍ରରେ ଅଭୟାରଣ୍ୟରେ ପେଟ୍ରୋଲିଂ କଡାକଡି କରାଯାଇଥିବାବେଳେ ଋଷିଆ ଅଂଚଳରେ ୪ ଜଣ ଶିକାରୀ ଗିରଫ ହେବା ସହ ବନ୍ଧୁକ,ବାରୁଦ,ମାରଣାସ୍ତ୍ର ଜବତ କରାଯାଇଛି।ସେମାନେ କିଛି ଜନ୍ତୁଙ୍କୁ ଶିକାର କରିବା ପୂର୍ବରୁ ବନ କର୍ମଚାରୀ ତାଙ୍କୁ କାବୁ କରିଥିଲେ।ଗିରଫ ଶିକାରୀ ହେଲେ ଭେଜିଘୋଠ  ଗ୍ରାମର ରାମ ସିଂ ( ୪୦),ବୁଦୁଡାହି ଗ୍ରାମର ଜେନା ସିଂ (୨୮) ଓ ସୋମା ସିଂ (୨୫),ବଢ଼େଇପଲା ଗ୍ରାମର ଗଣେଶ୍ୱର ସିଂ(୨୨) ।ଏନେଇ ୧୪ ନମ୍ବର ମାମଲା ରୁଜୁ ହୋଇ ଗିରଫ ଶିକାରୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

   Related Posts