ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର ସହ ସମସ୍ତ ଆସବାବପତ୍ର

Published By : Prameya-News7 Bureau | October 17, 2019 IST

ସୋର ୧୭।୧୦: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା  ଥାନା ରେମୁଣା ବ୍ଲକ୍ ମହାରାଜପୁର ପଞ୍ଚାୟତ ବୋଇତା ଗ୍ରାମ ଆଦିବାସୀ ସାହିରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ମଣ୍ଟୁ  ଦଳେଇଙ୍କ ୪ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନୀଳଗିରି  ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି । ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଗ୍ରାମର କିଛି ଯୁବକ ରାଗରେ ପୋଡିଦେଇଥିବାର ଅଭିଯୋଗ କରିଛନ୍ତି ମଣ୍ଟୁ ଦଳେଇ ।   ସରକାରୀ ସାହାଯ୍ୟ କରିବା ପାଇଁ ମଣ୍ଟୁ ଅନୁରୋଧ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.