Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ଜଳିଗଲା ଚାରି ବଖରା ଘର ସହିତ ନଗଦ ଟଙ୍କା, ଲକ୍ଷାଧିକ ଟଙ୍କାର ଆସବାବପତ୍ର

2/05/2021 at 8:29 PM

ନରସିଂହପୁର, ୦୨/୦୫: ନରସିଂହପୁର ବ୍ଲକ ଅନ୍ତର୍ଗତ ଗଣଗଣା ଗ୍ରାମର ମଲ୍ଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ଅଜୟ ମଲ୍ଲିକ, ପ୍ରଦୀପ ମଲ୍ଲିକ, ସୁରେଶ ମଲ୍ଲିକଙ୍କ ପରିବାରର ଚାରି ବଖରା ଘର ଜଳିଯିବା ସହିତ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଅଜୟ ମଲ୍ଲିକଙ୍କ ପରିବାର ଶୁକ୍ରବାର ରାତିରେ ଶୋଇଥିବା ସମୟରେ ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ହଠାତ ଘର ଜଳି ଯାଇଥିଲା । ଜୀବନ ବିକଳରେ ପରିବାର ଲୋକେ ଯଦିଓ ବାହାରକୁ ପଳାଇ ଆସିଥିଲେ କିନ୍ତୁ ଘରେ ଥିବା ନଗଦ ୪୫ ହଜାର ଟଙ୍କା, ୧୦ ଭରି ରୁପା, ଗୋଟିଏ ଲାପଟପ, ପିଲାଙ୍କର ସମସ୍ତ ସାର୍ଟିଫିକେଟ୍‌, ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସମେତ ଧାନ ଚାଉଳ, ଲୁଗାପଟା, ବାସନ ଏବଂ ଘରର ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

ଗ୍ୟାସ ଟାଙ୍କି ଫାଟିବାରୁ ପ୍ରଚଣ୍ଡ ଶବ୍ଦ ହେବା ସହ ସିଲିଣ୍ଡରର ଅଧା ଅଂଶ ଏବେ ମଧ୍ୟ ମିଳି ନାହିଁ । ଖବର ପାଇ ବିଧାୟକ ଦେଵୀ ପ୍ରସାଦ ମିଶ୍ର, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଅଗ୍ନି ବିପନ୍ନଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ପାଇଁ  ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ଆବଶ୍ୟକୀୟ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବୀ ହେଉଛି।

   Related Posts