Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ ଘଣ୍ଟିଆ କୁଆରମୁଣ୍ଡା ୧୪୩ ଜାତୀୟ ରାଜପଥ ଅବରୋଧ

16/05/2019 at 8:03 AM

ରାଉରକେଲା ୧୬|୫: ଦରମା ଦାବିରେ ୪ଘଣ୍ଟିଆ ରାସ୍ତାରୋକ । କୁଆରମୁଣ୍ଡାରେ ୧୪୩ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ । ସକାଳ ୮ରୁ ଦିନ ୧୨ଟା ପର୍ଯ୍ୟନ୍ତ ରାସ୍ତା ଅବୋରଧ ଜାରି ରହିବ । ଆଧୁନିକ ମେଟାଲିକ ଇସ୍ପାତ କାରଖାନାର କର୍ମଚାରୀଙ୍କ ବକେୟା ନମିଳିବା ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

୨୦୦୧ ମସିହାରେ ପ୍ରତିଷ୍ଠା ହୋଇଥିବା ଆଧୁନିକ ମେଟାଲିକ୍ସ କାରଖାନା କ୍ଷତିରେ ଚାଲୁଥିବା ଦର୍ଶାଇ ଦେଢବର୍ଷ ତଳେ ବିକ୍ରି ହୋଇଯାଇଥିବା ବେଳେ ତାକୁ କିଣିଥିବା ଲିଭରଟି କମ୍ପାନୀ କାମ ଆରମ୍ଭ କରୁନି । ପ୍ରାପ୍ୟ ପାଇଁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ।

ବାଧ୍ୟ ହୋଇ ଆଜି କର୍ମଚାରୀ ମାନେ ୪ ଘଣ୍ଟିଆ ୧୪୩ ନମ୍ବର ଜାତୀୟ ରାଜପଥ  ଅବରୋଧ କରି ଧାରଣାରେ ବସିଛନ୍ତି । ୧୪୩ ନମ୍ବର ଜାତୀୟ ରାଜପଥ ଫଳରେ  ଝାଡ଼ଖଣ୍ଡ ଓ ରାଉରକେଲା ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି । ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି । 

   Related Posts