Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମସ୍ତିଷ୍କ ସ୍ନାୟୁକୁ ବ୍ଲକ୍ କରିଦିଏ ଏହି ୪ ବିପଜ୍ଜନକ ଖାଦ୍ୟ, ବ୍ରେନ୍ ଷ୍ଟ୍ରୋକ୍‌ ଏଡାଇବାକୁ ରୁହନ୍ତୁ ଦୁରେଇ

4/11/2021 at 9:31 AM

ନୂଆଦିଲ୍ଲୀ ୦୪/୧୧: ସାଧାରଣତଃ ଷ୍ଟ୍ରୋକ ସେତେବେଳେ ହୁଏ ଯେତେବେଳେ ମସ୍ତିଷ୍କର ଏକ ଅଂଶକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ଏହା ମସ୍ତିଷ୍କ ଟିସୁକୁ କ୍ଷତି ପହଞ୍ଚାଏ। ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ମେଦବହୁଳତା ଏବଂ ବ୍ୟାୟାମର ଅଭାବ, ଏପରି କିଛି ଜୀବନଶୈଳୀ ଷ୍ଟ୍ରୋକର ଆଶଙ୍କା ବଢାଇଥାଏ। ଏକ ନ୍ୟୁଜ୍ ୱେବସାଇଟ୍ କୁ ସୂଚନା ଦେଇ ଫୋର୍ଟିସ୍ ମେମୋରିଆଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ ନିର୍ଦ୍ଦେଶକ ତଥା ସ୍ନାୟୁବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ପ୍ରବୀଣ ଗୁପ୍ତା କହିଛନ୍ତି ଯେ ରକ୍ତଚାପ, ହୃଦ ରୋଗ, ମଧୁମେହ, କୋଲେଷ୍ଟ୍ରଲ, ମେଦବହୁଳତା, ତମାଖୁରୁ ଦୂରେଇ ରହିବା ଏବଂ ଚିନ୍ତାକୁ ଦୁର କରିବା ଦ୍ୱାରା ଷ୍ଟ୍ରୋକକୁ ସହଜରେ ହ୍ରାସ କରିହେବ। ଏହା ବ୍ୟତୀତ ନିୟମିତ ବ୍ୟାୟାମ ଏବଂ ଏକ ସନ୍ତୁଳିତ ଖାଦ୍ୟ ମଧ୍ୟ ଷ୍ଟ୍ରୋକର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଏଥିପାଇଁ ଆପଣଙ୍କର ଖାଦ୍ୟ ମଧ୍ୟ ଷ୍ଟ୍ରୋକ ପାଇଁ ସମାନ ଭାବରେ ଦାୟୀ। ତେଣୁ ଆପଣଙ୍କୁ କିଛି ଖାଦ୍ୟଠାରୁ ଦୂରେଇ ରହିବାକୁ ପଡିବ। ଷ୍ଟ୍ରୋକ୍ ପାଇଁ ଲୁଣ ଏକ ବଡ଼ ବିପଦ। ପ୍ୟାକେଜ୍ ଖାଦ୍ୟରେ ଆବଶ୍ୟକତାଠାରୁ ଅଧିକ ଲୁଣ ଥାଏ। ଯଦି ଆପଣ ନିୟମିତ ଭାବରେ ଏହିପରି ଖାଦ୍ୟ ଖାଉଛନ୍ତି, ତେବେ ଏହା ଆପଣଙ୍କ ରକ୍ତଚାପକୁ ବଢାଇଥାଏ, ଯାହା ଧମନୀ, ମସ୍ତିଷ୍କ ଏବଂ ହୃଦୟ ଉପରେ ଖରାପ ପ୍ରଭାବ ପକାଇଥାଏ।

ତେଣୁ ଯଥାସମ୍ଭବ ପ୍ରକ୍ରିୟାକୃତ ଏବଂ ପ୍ୟାକେଜ୍ ଖାଦ୍ୟଠାରୁ ଦୂରରେ ରୁହନ୍ତୁ। ଯଦି ଆପଣ ଗୋଟିଏ ଦିନରେ ଲୁଣ ଗ୍ରହଣକୁ ୫ ଗ୍ରାମ ହ୍ରାସ କରନ୍ତି, ତେବେ ଉଚ୍ଚ ରକ୍ତଚାପର ସମସ୍ୟା ଦୂର ହେବ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ କମିଯିବ।

   Related Posts