ଗୋଟିଏ ପରିବାରର ୪ ଦିବ୍ୟାଙ୍ଗ ପିଲା: ଗୋଡ ଅଛି ହେଲେ ଚାଲିବା ମୁସ୍କିଲ, ହାତ ଅଛି ହେଲେ ଖାଇବା କଷ୍ଟକର

Published By : Prameya-News7 Bureau | November 20, 2020 IST

ନୂଆପଡା୨୦/୧୧: ଗୋଟିଏ ପରିବାରର ୪ ଜଣ ଦିବ୍ୟାଙ୍କ ପିଲା। ଗୋଡ ଅଛି ହେଲେ ଚାଲିବା ମୁସ୍କିଲ, ହାତ ଥାଇ ଖାଇ ବି କଷ୍ଟକର। ଅନ୍ୟ ଦୁଇ ଜଣ ସବୁ କରି ପାରୁଛନ୍ତି ହେଲେ କଥା କହି ପାରୁ ନାହାନ୍ତି । ଜନ୍ମରୁ ଚାରି ଭାଇ ଭଉଣୀ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ । ଚିକିତ୍ସା ନାଁରେ ସର୍ବହରା ହୋଇ ଏବେ ଭଗବାନ ଭରଷାରେ ପରିବାର । କୌଣସି ସରକାରୀ ସୁବିଧା ମଧ୍ୟ ନାହିଁ , ସରକାରୀ କଳ ମଧ୍ୟ ଏମାନଙ୍କ ପାଇଁ ସତେ ଯେମିତି ଦିବ୍ୟାଙ୍ଗ ପାଲଟି ଯାଇଛି। ଗୋଟିଏ ପରିବାରରେ ଚାରି ଭାଇ ଭଉଣୀ ଦିବ୍ୟାଙ୍ଗ।

ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୂରୀ ପଞ୍ଚାୟତର ଦିଆମୁଣ୍ଡା ଗାଁରେ ଏଭଳି ଦୁଃଖଦ ଘଟଣା ଦେଖିବା ମିଳିଛି। ବୃଦ୍ଧକାଳେ ପୂଅ ସେବା ପାଇବାକୁ ଆଶା ରଖିଥିବା ଗୋଟିଏ ବାପା-ମାଆଙ୍କ ପ୍ରତି ଭଗବାନଙ୍କ ଏ..କି ବିଚାର..! ଗାଁରେ ଥିବା କିର୍ତ୍ତନ ମାଝୀଙ୍କ ଚାରି ଭେଣ୍ଡିଆ ପୁଅ-ଝିଅ, ହେଲେ ସମସ୍ତେ ଦିବ୍ୟାଙ୍ଗ। ଅନ୍ୟ ଦୁଇ ପୁଅଙ୍କ ହାତ ଗୋଡ ଜନ୍ମରୁ କାମ କରୁନି। ଗୁରୁଣ୍ଡି ଗୁରୁଣ୍ଡି ଦିନ ଯାଉଛି। ପାଳିବା ପୋଷିବା ତଥା ସେବା କରିବା ସମୟରେ ବୁଢା ବାପା-ମାଆଙ୍କ ପାଇଁ ଚାରି ପୂଅ-ଝିଅ ପାଲଟି ଯାଇଛନ୍ତି ବୋଝ।

ରାସନ କାର୍ଡରେ କିଛି ଚାଉଳ ମିଳିଥାଏ ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି। ଚାରି ଦିବ୍ୟାଙ୍ଗ ପୁଅ ଝିଅଙ୍କ ଭତ୍ତା ଖଣ୍ଡିକ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ବି ଗୁହାରୀ କରିଛନ୍ତି କିର୍ତ୍ତନ। ହେଲେ କାହାରି ନଜର ଏହି ଅସହାୟ ପରିବାର ପ୍ରତି ଆଜି ଯାଏଁ ପଡିନାହିଁ । ବୟସର ଅପରାହ୍ନରେ କୀର୍ତ୍ତନ, ଯାହାପାଇଁ ମାଆକୁ ଦୁଇ ମୁକ ଭାଇ ଭଉଣୀ ସମ୍ପୂର୍ଣ୍ଣ ସହଯୋଗ କରନ୍ତି। ବର୍ଷ ବର୍ଷ ଧରି ସହାୟତା ପାଇଁ ଗୁହାରି କଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି। ତେବେ ଏହି ଅସହାୟଙ୍କୁ ଆପଣ ମଧ୍ୟ ଚାହିଁଲେ ସହାୟତାର ହାତ ବଢାଇ ପାରିବେ। ହୁଏତ ଆପଣଙ୍କର ସାମାନ୍ୟ ସହାୟତା ଏମାନଙ୍କ ଭବିଷ୍ୟତ ବଦଳେଇ ଦେଇ ପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.