Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଆସନ୍ତାବର୍ଷ ଦେଖିବାକୁ ମିଳିବ ଗ୍ରହଣର ୪ଟି ରୋମାଞ୍ଚକର ଦୃଶ୍ୟ, ପୂର୍ଣ୍ଣ ଚନ୍ଦ୍ରଗ୍ରହଣରୁ ହେବ ଆରମ୍ଭ

27/12/2020 at 3:46 PM

ଭୁବନେଶ୍ବର ୨୭।୧୨: ଆସନ୍ତା ବର୍ଷ ୨୦୨୧ ମସିହାରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରର ଗତିବିଧି ସାରା ବିଶ୍ବରେ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏବଂ ପୂର୍ଣ୍ଣ ସୂର୍ଯ୍ୟ ପରାଗର ୪ଟି ରୋମାଞ୍ଚକର ଦୃଶ୍ୟ ଦେଖାଇବ । ଏଥିମଧ୍ୟରୁ ଭାରତରେ କେବଳ ଦୁଇଟି ଜ୍ୟୋତିର୍ବିଜ୍ଞାନ ଘଟଣା ଦେଖିବାକୁ ମିଳିବ। ଉଜୈନର ପ୍ରତିଷ୍ଠିତ ଶାସକୀୟ ଜୀବାଜୀ ବେଦଶାଳାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରକାଶ ଗୁପ୍ତା ରବିବାର କହିଛନ୍ତି ଯେ, ଆସନ୍ତା ବର୍ଷ ଏହି ଜ୍ୟୋତିର୍ବିଜ୍ଞାନ ଘଟଣାଗୁଡିକର ପ୍ରକ୍ରିୟା ଆସନ୍ତା ମେ ୨୬ ତାରିଖରେ ଲାଗିବାକୁ ଥିବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣରୁ ଆରମ୍ଭ ହେବ। ସେ କହିଛନ୍ତି ଯେ, ନୂତନ ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ସିକ୍କିମକୁ ଛାଡି ଭାରତର ପୂର୍ବତ୍ତୋର ରାଜ୍ୟ, ପଶ୍ଚିମବଙ୍ଗର କିଛି ଅଂଶ ଏବଂ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯିବ ଯେଉଁଠାରେ ଚନ୍ଦ୍ରଗ୍ରହଣ ଦେଶର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଶୀଘ୍ର ହୋଇଥାଏ ।

ଏହି ଜ୍ୟୋତିର୍ବିଜ୍ଞାନ ଘଟଣା ସମୟରେ ଚନ୍ଦ୍ର ପୃଥିବୀର ଛାଇରୁ ୧୦୧.୬ ପ୍ରତିଶତ ଆଚ୍ଛାଦିତ କରିବ । ପୂର୍ଣ୍ଣଚନ୍ଦ୍ର ଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସେ ଏବଂ ତାର ଉପଗ୍ରହ ଚନ୍ଦ୍ରକୁ ଛାଇରେ ଆଚ୍ଛାଦନ କରେ। ଚନ୍ଦ୍ର ଏହି ସ୍ଥିତିରେ ପୃଥିବୀର ଆଢୁଆଳରେ ସମ୍ପୂର୍ଣ୍ଣ ଲୁଚି ରହେ ଏବଂ ତା ଉପରେ ସୂର୍ଯ୍ୟ କିରଣ ପଡେନାହିଁ । ଏହାକୁ ରକ୍ତ ଚନ୍ଦ୍ର ମଧ୍ୟ କୁହାଯାଏ ।

ଜାଣନ୍ତୁ କେବେ ଘଟିବ ଚନ୍ଦ୍ରଗ୍ରହଣ :

ଡକ୍ଟର ରାଜେନ୍ଦ୍ର ପ୍ରକାଶ ଗୁପ୍ତା କହିଛନ୍ତି ଯେ, ଭାରତୀୟ ପ୍ରସଙ୍ଗରେ କରାଯାଇଥିବା ସମୟଗଣନା ଜୁନ୍ ୧୦ରେ ଲାଗିବାକୁ ଥିବା ବଳୟାକାର ସୂର୍ଯ୍ୟ ଗ୍ରହଣ ଦେଶରେ ଦେଖାଯିବ ନାହିଁ । ଏହି ଜ୍ୟୋତିର୍ବିଜ୍ଞାନ ଘଟଣା ସମୟରେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିବ । ଏହି କାରଣରୁ, ପୃଥିବୀବାସୀଙ୍କୁ ସୂର୍ଯ୍ୟ ‘ରିଙ୍ଗ ଅଫ୍ ଫାୟାର’ ରୂପରେ ୯୪.୩ ପ୍ରତିଶତ ଆଚ୍ଛାଦିତ କରିବ ।

ନଭେମ୍ବର ୧୯ରେ ଲାଗିବାକୁ ଥିବା ଆଂଶିକ ଚନ୍ଦ୍ରଗ୍ରହଣ ଅରୁଣାଚଳ ପ୍ରଦେଶ ଏବଂ ଆସାମର କିଛି ଅଂଶରେ ଖୁବ୍ କମ୍ ସମୟ ପାଇଁ ଦେଖାଯିବ । ଏହି ଜ୍ୟୋତିର୍ବିଜ୍ଞାନ ଘଟଣାର ଚନ୍ଦ୍ରର ୯୭.୯ ପ୍ରତିଶତ ଅଂଶକୁ ପୃଥିବୀର ଛାଇ ଦ୍ବାରା ଆଚ୍ଛାଦିତ କରିବା ଦେଖିବାକୁ ମିଳିବ ।

ଡିସେମ୍ବର ୪ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିବ । ଯାହା ଦ୍ବାରା ସୂର୍ଯ୍ୟ ୧୦୩.୬ ପ୍ରତିଶତ ଆଚ୍ଛାଦିତ ହେବା ଦେଖାଯିବ। ତେବେ ୨୦୨୧ର ଏହି ଶେଷ ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ । ସୂଚନାଯୋଗ୍ୟ ଯେ ୨୦୨୦ ମସିହାରେ ଦୁଇଟି ସୂର୍ଯ୍ୟ ପରାଗ ଏବଂ ୪ଟି ଚନ୍ଦ୍ରଗ୍ରହଣ ସହିତ ୬ଟି ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା ।

   Related Posts