Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ସାବଧାନ ! ଫେବୃଆରୀରେ ୪ଟି ବଡ ଗ୍ରହଙ୍କ ହେବ ଚଳନ ; ଖରାପ ପ୍ରଭାବରୁ ବଂଚିବା ପାଇଁ କରନ୍ତୁ ଏହିସବୁ ଉପାୟ

2/02/2019 at 1:54 PM

ଭୁବନେଶ୍ୱର ୨/୨ : ଗତକାଲି ଠାରୁ ଆରମ୍ଭ ହୋଇଛି ବର୍ଷର ଦ୍ୱିତୀୟ ମାସ, ଫେବୃଆରୀ ମାସ | ଜ୍ୟୋତିଷଙ୍କ ଅନୁସାରେ ଏହି ମାସ ବହୁତ ମହତ୍ଵପୁର୍ଣ | କାରଣ ଏହି ମାସରେ ୪ଟି ବଡ ଗ୍ରହ ନିଜ ରାଶି ବଦଳାଇବେ | ରାଶି ବଦଳାଇବେ ଯୋଗୁଁ ଜୀବନରେ ଅନେକ ପରିବର୍ତ୍ତନ ମଧ୍ୟ ହେବ | ଏଥିରୁ ବଂଚିବା ପାଇଁ କ’ଣ ସବୁ ଉପାୟ କରିବାକୁ ହେବ ଜାଣନ୍ତୁ :


୧. ସୂର୍ଯ୍ୟଙ୍କ ଗୋଚର – ସୌର ମଣ୍ଡଳର ସବୁଠାରୁ ବଡ ଗ୍ରହ ସୂର୍ଯ୍ୟ ଜାନୁଆରୀ ୧୪ ତାରିଖରେ ମକର ରାଶିରେ ପ୍ରବେଶ କରିଥିଲେ | ଫେବୃଆରୀ ୧୩ ତାରିଖରେ ସୂର୍ଯ୍ୟ ଗ୍ରହ ରାଶି ପରିବର୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିବେ |


୨. ଚନ୍ଦ୍ରମାଙ୍କ ଗୋଚର – ବ୍ୟକ୍ତିଙ୍କ ମନ ଏବଂ ମସ୍ତିସ୍କ ଉପରେ ନିୟନ୍ତ୍ରଣ ରଖୁଥିବା ଚନ୍ଦ୍ରମା ଏବେ ଧନୁ ରାଶିରେ ଅଛନ୍ତି | ଫେବୃଆରୀ ୩ ତାରିଖ, ରବିବାର ଦିନ ସେ ରାଶି ପରିବର୍ତନ କରି ମକର ରାଶିରେ ପ୍ରବେଶ କରିବେ |


୩. ମଙ୍ଗଳଙ୍କ ଗୋଚର – ସୌର ମଣ୍ଡଳର ଶକ୍ତିଶାଳୀ ଗ୍ରହମାନଙ୍କ ମଧ୍ୟରେ ମଙ୍ଗଳ ପ୍ରମୁଖ | ଫେବୃଆରୀ ୫ ତାରିଖ, ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ରାଶି ପରିବର୍ତନ କରି ମେଷ ରାଶିରେ ପ୍ରବେଶ କରିବେ |


୪. ବୁଧଙ୍କ ଗୋଚର – ବୁଦ୍ଧି ଏବଂ ବିବେକେକୁ ନିୟନ୍ତ୍ରଣ କରନ୍ତି ବୁଧ ଗ୍ରହ | ବୁଧ ଗ୍ରହ ଏହି ମାସରେ ଦୁଇ ଥର ରାଶି ପରିବର୍ତନ କରିବେ | ଫେବୃଆରୀ ୭ ତାରିଖରେ କୁମ୍ଭ ରାଶିରେ ଏବଂ ଫେବୃଆରୀ ୨୪ ତାରିଖରେ ମୀନ ରାଶିରେ ପ୍ରବେଶ କରିବେ |


ଉପରୋକ୍ତ ସୂଚନା ଅନୁସାରେ, ଫେବୃଆରୀ ମାସରେ ସୂର୍ଯ୍ୟ, ଚନ୍ଦ୍ରମା, ମଙ୍ଗଳ ଏବଂ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବେ | ଗ୍ରହମାନଙ୍କ ରାଶି ପରିବର୍ତନ ଯୋଗୁଁ ମକର ଏବଂ କୁମ୍ଭ ରାଶି ଉପରେ ଅଧିକ ପ୍ରଭାବ ପଡିବ | କିନ୍ତୁ ଏଥିଯୋଗୁଁ କିଛି ଅଘଟଣ ଘଟିବାର ସମ୍ଭାବନା ନାହିଁ |


ରାଶି ପରିବର୍ତନର ପ୍ରଭାବରୁ ରକ୍ଷା ପାଇବା ପାଇଁ କ’ଣ କରିବେ :
ଉପରୋକ୍ତ ଗ୍ରହମାନଙ୍କ ସହ ଜଡିତ ଦଶା, ଅନ୍ତରଦଶା, ଅଶୁଭ ପ୍ରଭାବ ଯୋଗୁଁ ସତର୍କ ରହିବେ | ଭଗବାନ ବିଷ୍ଣୁ ଏବଂ ହନୁମାନଙ୍କ ଉପାସନା କରିବେ | ପ୍ରତ୍ୟେକ ଶନିବାର ଶନି ମନ୍ଦିର ଯାଇ ଶନିଦେବଙ୍କୁ ତେଲ ଅର୍ପଣ କରିବେ |


ଗ୍ରହଚଳନ ପ୍ରଭାବରୁ ରକ୍ଷା ପାଇବା ପାଇଁ କ’ଣ କରିବେ ନାହିଁ :

କୌଣସି ଭୁଲ କାମ କରିବେ ନାହିଁ | କାହା ପ୍ରତି ଖରାପ ବ୍ୟବହାର କରନ୍ତୁନାହିଁ | ଅପଶବ୍ଦ ବ୍ୟବହାର କରିବେ ନାହିଁ | କାହା ବିଷୟରେ ଖରାପ ଚିନ୍ତା କରନ୍ତୁ ନାହିଁ କିମ୍ବା କାହା ପାଇଁ ସମସ୍ୟା ସୃଷ୍ଟି କରିବେ ନାହିଁ | ଗୁରୁଜନଙ୍କ ସେବା ଏବଂ ସମ୍ମାନ କରିବେ | କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ଠିକ ରାସ୍ତାରେ ଯିବେ, ଭୁଲ ରାସ୍ତାରେ କଦାପି ଯିବେନାହିଁ |

   Related Posts