Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ରାଜ୍ୟରେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨ ମାସ ଭିତରେ ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ

19/09/2019 at 6:40 PM

ଭୁବନେଶ୍ୱର ୧୯।୦୯- ୨ ମାସ ଭିତରେ ୪ ଜଣଙ୍କୁ ପକ୍ସୋ ଆକ୍ଟରେ ଫାଶୀ ଦଣ୍ଡାଦେଶ । ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ହୋଇଛି ।କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି ।୨୦୧୮ ଏପ୍ରିଲ ୨୧ରେ ଦୁଷ୍କର୍ମ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାର ମୃତ୍ୟୁ ହୋଇଥିଲା।

ଶିଶୁ ଦୁଷ୍କର୍ମକାରୀ ବିରୋଧରେ କଡ଼ା ଆଭିମୁଖ୍ୟ ।ଦୁଷ୍କର୍ମ ଓ ହତ୍ୟା କରିଥିବା ନର ରାକ୍ଷସକୁ ମୃତ୍ୟୁ ଦଣ୍ଡାଦେଶ । ସାଲେପୁର ଜଗନ୍ନାଥପୁର ଗାଁର ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ଘଟଣା ଘଟିଥିଲା ୨୦୧୮ ଏପ୍ରିଲ ୨୧ରେ। ମହମ୍ମଦ ମୁସ୍ତାକ ସେହି ଗାଁର ଜଣେ ୬ ବର୍ଷର ଶିଶୁକୁ ଚକୋଲେଟ୍‌ ଦେବା ନାଁରେ ସାଙ୍ଗରେ ନେଇଯାଇଥିଲା ।ଆଉ ତା ସହିତ ଦୁଷ୍କର୍ମ କରିଥିଲା।

ଧରାପଡ଼ିଯିବା ଭୟରେ ତାର ମୁଣ୍ଡକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିଲା । କୋର୍ଟ ଏହି ମାମଲାରେ ମହମ୍ମଦ ମୁସ୍ତାକକୁ ଗତକାଲି ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ।…

ମୁମୂର୍ଷୁ  ଅବସ୍ଥାରେ ଝିଅଟିକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୮ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ କଟକ ଏସ୍ ସିବିରେ ମୃତ୍ୟୁ ବରଣ କରିଥିଲା ଝିଅଟି।। ଘଟଣା ଘଟିବାର ୧୯ ଦିନ ଭିତରେ ଚାର୍ଜସିଟ ଦାଖଲ କରିଥିଲା ପୁଲିସ । ୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ରେ ୪୬ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିଲା ପୁଲିସ ।

ଆସାମୀ ମୁସ୍ତାକ ନାଁରେ ୩୬୩, ୩୦୨, ୩୭୬ (ଏ , ବି ) ୨୦୧ ଆଇ. ପି. ସି ଏବଂ ପକ୍ସୋ ଆକ୍ଟ ୬ ଆଧାରରେ ମୋକଦ୍ଦମା ଦାୟର ହୋଇଥିଲା । ମାମଲାର ଶୁଣାଣୀ ବେଳେ ୨୩ ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ ।

୨ ମାସ ଭିତରେ ଦୁଷ୍କର୍ମ ମାମଲାରେ ରାଜ୍ୟରେ ଚତୁର୍ଥ ଫାଶୀ ଦଣ୍ଡାଦେଶ ହୋଇଛି।  ରାଜ୍ୟରେ ପକ୍ସୋ ଆକ୍ଟରେ ପ୍ରଥମ ଫାଶୀ ଦଣ୍ଡାଦେଶ ହୋଇଥିଲା ୨୬ ଜୁଲାଇ ୨୦୧୯ରେ ।

ଅନଗୁଳ କାଙ୍ଗୁଲା  ଅନାମ ଦେହୁରୀକୁ,  ଅଗଷ୍ଟ ୨୮ରେ ମୟୂରଭଞ୍ଜ ବେତନଟୀ ଯାମିନୀକାନ୍ତ ମହାନ୍ତକୁ, ସେପ୍‌ଟେମ୍ବର ୧୦ରେ ଜଗତସିଂହପୁର କାଳିଆ ମାନ୍ନାକୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ପକ୍ସୋ କୋର୍ଟ ।

   Related Posts