ୟୁପି ଇଟାବାରେ ସଂସାର ତ୍ୟାଗ କଲେ ୪ ଉଚ୍ଚଶିକ୍ଷିତା ଯୁବତୀ, ଏମାନଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ୩ ଭଉଣୀ

Published By : Prameya-News7 Bureau | November 20, 2019 IST

ଇଟାବା : ଉତ୍ତରପ୍ରଦେଶ ଇଟାବାରେ ଗୋଟିଏ ପରିବାରର ୩ ପୋଷ୍ଚ ଗ୍ରାଜୁଏଟ୍ ଶିକ୍ଷା ସମାପ୍ତ କରିଥିବା ଝିଅ ସଂସାର ତ୍ୟାଗ କରିଛନ୍ତି। ଏହି ୩ ଭଉଣୀଙ୍କ ସହ ସେମାନଙ୍କ ପଡିଶାରେ ରହୁଥିବା ଅନ୍ୟ ଜଣେ ଉଚ୍ଚଶିକ୍ଷିତା ଯୁବତୀ ମଧ୍ୟ ସାଂସାରିକ ଜୀବନ ତ୍ୟାଗ କରି ଏହି ଭଉଣୀମାନଙ୍କ ଅନୁଗାମୀ ହୋଇଛନ୍ତି। ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଏହି ୪ ଯୁବତୀ ଜୈନ୍ୟ ସାଧ୍ୱୀ ହେବେ। ଏଥିଲାଗି ଜୈନ ସମାଜର ଲୋକେ ୪ ଯୁବତୀଙ୍କୁ ରଥରେ ବସାଇ ସହର ପରିକ୍ରମା କରାଇଛନ୍ତି।

{"id":187315,"width":581,"height":380,"sizeSlug":"large"}

ସାଧ୍ୱୀ ହେବା ଲାଗି ଆଗ୍ରହୀ ଲୋକଙ୍କ ନିମନ୍ତେ ଜୈନ ସମାଜରେ ‘ବିନୌଲୀ’ ଯାତ୍ରାର ପରମ୍ପରା ରହିଛି। ଏଣୁ ବରିହାପୁର ଜୈନ ମନ୍ଦିରରେ ଏହି ୪ ଯୁବତୀଙ୍କ ଲାଗି ବିନୌଲୀ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଜୈନ ଧର୍ମାବଲମ୍ବୀ ଶହଶହ ପୁରୁଷ, ମହିଳା ଓ ବୟସ୍କ ଲୋକେ ଯୋଗଦେଇଥିଲେ। ପାଲିଙ୍କି ଓ ରଥରେ ଏହି ସାଧ୍ୱୀମାନଙ୍କୁ ସହର ପରିକ୍ରମା କରାଯାଇଥିଲା। ବରିହାପୁରର ବ୍ୟବସାୟୀ ସୁଭାଷ ଜୈନଙ୍କ ୩ ଝିଅ ନେହା (୨୨), ଦୀକ୍ଷା( ୨୦) ଓ ଶିବାନୀ (୧୯)ଙ୍କ ସହ ପଡୋଶୀ ରାକ୍ଷୀ ଜୈନ(୨୩) ମଧ୍ୟ ସାଧ୍ୱୀ ହେବେ ବୋଲି ଜଣାପଡିଛି।

{"id":187316,"sizeSlug":"large"}

ଜୈନ ଧର୍ମରେ ହୁଏତ ଏହା ପ୍ରଥମ ଘଟଣା ହୋଇପାରେ ଗୋଟିଏ ମା ଠାରୁ ଜନ୍ମିତା ୩ ଭଉଣୀ ଏକକାଳୀନ ସାଧ୍ୱୀ ହେବାକୁ ଯାଉଛନ୍ତି। ଏମାନେ ଡିସେମ୍ବର ୧ ତାରିଖ ଦିନ ମଧ୍ୟପ୍ରଦେଶ ଦେବାସଠାରେ ଗୁରୁଶ୍ରୀ ୧୦୮ ପ୍ରମୁଖ ସାଗରଜୀ ମହାରାଜଙ୍କ ଠାରୁ ଦୀକ୍ଷା ଗ୍ରହଣ କରିବେ। ଦିକ୍ଷା ଗ୍ରହଣ ପରେ ସେମାନେ ମାତାପିତା ଓ ପରିବାରରୁ ପୃଥକ ବୈରାଗ୍ୟ ଜୀବନ ଆପଣେଇବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.