କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍ : ଅଫିସରେ କାମ କରୁଥିବାବେଳେ ହେବେ ନାହିଁ କରୋନାରେ ସଂକ୍ରମିତ

Published By : Prameya-News7 Bureau | May 24, 2020 IST

କେତେକ କମ୍ପାନୀ ପାଇଁ ‘ଓ୍ବାର୍କ ଫ୍ରମ୍ ହୋମ୍’ ଜରିଆରେ କାମ କରାଇବା ସମ୍ଭବ ନୁହେଁ। ଏଥିପାଇଁ ଏହି କମ୍ପାନୀଙ୍କୁ ବାଧ୍ୟ ହୋଇ ନିଜ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳକୁ ଡକାଇବାକୁ ପଡ଼ୁଛି। କିନ୍ତୁ ଏହି ସମୟରେ କର୍ମଚାରୀଙ୍କ ମଧ୍ୟରେ ସୋସିଆଲ ଡିସଟ୍ୟାନସିଂ ମଧ୍ୟ ଚ୍ୟାଲେଞ୍ଜିଂ ହେବ।

 ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ସରକାର ଲୋକଙ୍କୁ ବାହାରକୁ ବାହାରିବା କିମ୍ବା ଅଫିସରୁ ଛୁଟି ନିଶ୍ଚୟ ଦେଇଛି,କିନ୍ତୁ ଏଥିରେ ମଧ୍ୟ ଆପଣଙ୍କୁ ସୋସିଆଲ ଡିସଟ୍ୟାନସିଂ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏପରି ପରିସ୍ଥିତିରେ ଯେଉଁମାନେ ଅଫିସ୍ ଯାଉଛନ୍ତି ଯଦି ସେମାନେ କିଛି ଖାସ୍ ଜିନିଷ ପ୍ରତି ଧ୍ୟାନ ଦେବେ ତେବେ କାର୍ଯ୍ୟସ୍ଥଳରେ ମଧ୍ୟ ସୋସିଆଲ ଡିସଟ୍ୟାନସିଂକୁ ବଜାୟ ରଖି ହେବ।

୧. ଭିଡିଓ କନଫରେନ୍ସିଂ : ଯଦି ଆପଣଙ୍କୁ କୌଣସି ଜରୁରୀ ମିଟିଂ କରିବାର ଥିବ ତେବେ ସୋସିଆଲ ଡିସଟ୍ୟାନସିଂର ପ୍ରତି ଧ୍ୟାନ ରଖନ୍ତୁ। ମିଟିଂରେ ସହକର୍ମୀଙ୍କଠୁ ଦୂରତା ବଜାୟ ରଖିବେ,ମିଟିଂ ରୁମର ଟେବୁଲ୍-ଚେୟାରକୁ ମଧ୍ୟ ଭଲଭାବେ ସାନିଟାଇଜ କରି ରଖିବେ। ଭଲ ହେବ ଯଦି ସମସ୍ତ ମିଟିଂ ଡିଜିଟାଲ୍ ପ୍ଲାଟଫର୍ମ ଅର୍ଥାତ୍ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ।

୨. ଯେତେ ସମ୍ଭବ କମ୍ ଯାତ୍ରା କରନ୍ତୁ : ଅନେକ ଲୋକ ପ୍ରତିଦିନ ଅଫିସକୁ କାର୍ ପୁଲିଂରେ ଯାଆନ୍ତି। କିନ୍ତୁ ଏହି ମହାମାରୀ କାରଣରୁ ଆମକୁ କାର୍ ପୁଲିଂକୁ ବନ୍ଦ କରି ଦେବା ଉଚିତ୍‌। ସ୍ବାସ୍ଥ୍ୟ ଅଧିକାରୀମାନେ ଗୋଟିଏ ଗାଡ଼ିରେ ଅଧିକ ଯାତ୍ରୀଙ୍କୁ ବସିବାରେ କଟକଣା ଲଗାଇଛନ୍ତି। ଏହା ଜରୁରୀ ହୋଇପଡ଼ିଛି ଯେ ଆପଣ ମାସ୍କ ପିନ୍ଧନ୍ତୁ  ଏବଂ ସାବୁନ କିମ୍ବା ସାନିଟାଇଜର ବ୍ୟବହାର କରି ହାତକୁ ଧୁଅନ୍ତୁ।

୩. କାହା ସହ ମିଟିଂ କରନ୍ତୁ ନାହିଁ: ​‌କୋଭିଡ-୧୯ ଦ୍ରୃତ ଗତିରେ ବ୍ୟାପୁଥିବା ଭାଇରସ୍ ଅଟେ,ଏଥିପାଇଁ ଆପଣ ଅଫିସରେ ମଧ୍ୟ ନିଜ ସହକର୍ମୀଙ୍କଠୁ ଦୂରେଇ ରୁହନ୍ତୁ। ଉଦ୍ୟମ କରନ୍ତୁ ଯେ ଗୋଟିଏ ଜାଗାରେ ଯେମିତି ବେଶୀ ଲୋକ ଜମା ନ ହେବେ। ଯଦି ଆପଣ ମିଟିଂ କରୁଛନ୍ତି ତେବେ ସୋସିଆଲ ଡିସଟ୍ୟାନସିଂ ନିୟମ ଭଲ ଭାବେ ମାନନ୍ତୁ। ଅତି କମରେ ଦୁଇ ମିଟର ବ୍ୟବଧାନରେ ବସନ୍ତୁ। ସିଟରେ ବସିବା ପୂର୍ବରୁ ଏବଂ କାମ ସରିବା ପରେ ନିଜ ହାତକୁ ଭଲ ଭାବେ ସାନିଟାଇଜ କରନ୍ତୁ।

୪.  ଆଖପାଖକୁ ସ୍ବଚ୍ଛ ରଖନ୍ତୁ : ଅନେକ ବିଶେଷଜ୍ଞ ସୋସିଆଲ ଡିସଟ୍ୟାନସିଂ ପାଇଁ ଫ୍ଲେକ୍ସିବଲ୍ ଟେବୁଲ୍ ଏବଂ ଚେୟାର ବିଷୟରେ କହୁଛନ୍ତି ଯାହା ଦ୍ବାରା ଭାଇରସ୍ ବ୍ୟାପିବାରେ ରୋକାଯାଇ ପାରିବ। ଭବିଷ୍ୟତରେ ଏପରି ଫର୍ଣ୍ଣିଚର ବ୍ୟବହାର ହେବ ଯାହା ସୋସିଆଲ ଡିସଟ୍ୟାନସିଂକୁ ବଜାୟ ରଖିବାରେ ସହାୟକ ହେବ। ମାର୍କେଟରେ ଏବେ ଏପରି ଧରଣର ଫର୍ଣ୍ଣିଚର ଡିଜାଇନ୍ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.