Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଭଦ୍ରକରେ ମହିଳାଙ୍କ ସମେତ ୪ ନିଶା ବେପାରୀ ଗିରଫ, ୬୧ ଗ୍ରାମର ବ୍ରାଉନ ସୁଗାର ଜବତ

27/01/2021 at 4:35 PM

ଭଦ୍ରକ୨୭/୧: ରାଜ୍ୟର ପ୍ରମୁଖ ସହରମାନଙ୍କରେ ବେଧଡ଼କ ଚାଲିଛି ନିଶା କାରବାର। ପୁଣି ୪ ବ୍ରାଉନସୁଗାର ବେପାରୀକୁ କାବୁ କରିଛି ଭଦ୍ରକ ପୋଲିସ। ଭଦ୍ରକ  ସହରାଞ୍ଚଳ ଥାନା ଅଧିନ ବିଭିନ୍ନ ସ୍ଥାନରୁ ୬୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଖାଲି ସେତିକି ନୁହେଁ ନିଶା କାରବାର ସାମ୍ରାଜ୍ୟରେ ଏମାନେ ସାଜିଛନ୍ତି ବାଦଶାହ। ବ୍ରାଉନସୁଗାର ସହ ୨୨ଟି ମୋବାଇଲ ଫୋନ୍ ଏବଂ ୩ଟି ବାଇକ୍‌ ଜବତ କରିଛି ଭଦ୍ରକ ସହରାଞ୍ଚଳ ପୋଲିସ।

ପୋଲିସର ସୂଚନା ମୁତାବକ, ଦୀର୍ଘଦିନ ଧରି ଭଦ୍ରକ ସହରରେ ଏମାନେ ନିଶା କାରବାର ଚଳାଇ ଆସୁଛନ୍ତି। ଏ ସଂପର୍କରେ ଜାଣିବା ପରେ ନିଶା ବେପାରୀଙ୍କୁ କାବୁ କରିବାକୁ ଭଦ୍ରକ ପୋଲିସ ଆରମ୍ଭ କରିଥିଲା ଅପରେସନ୍। ଟାଉନ ଥାନା ପୋଲିସର ଏକ ଟିମ୍ ସହରାଞ୍ଚଳ ଥାନା ଅଧିକ ବିଭିନ୍ନ ସ୍ଥାନରେ ଚାଲିଥିବା ନିଶା କାରବାର ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨୪ଟି ପ୍ୟାକେଟ୍‌ରୁ ୬୧ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ୧୭ଟି କିପ୍ୟାଡ୍‌ ଫୋନ୍‌ ଏବହ ୫ଟି ସ୍କ୍ରିନ୍‌ ଟଚ୍‌ ମୋବାଇଲ ମଧ୍ୟ ଜବତ ହୋଇଛି। ସଂପୃକ୍ତ ୪ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଗତକିଛି ଦିନ ତଳେ ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ଏକ କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଥିଲା। ଏସ୍‌ଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଥିଲେ।

   Related Posts