Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||

ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତର କରୋନା ପଜିଟିଭ୍

9/06/2020 at 7:19 PM

ଭୁବନେଶ୍ୱର, ୦୯|୦୬:   ଭୁବନେଶ୍ୱର ଏମ୍‌ସର ୪ଜଣ ଡାକ୍ତର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମନଙ୍କ ମଧ୍ୟରୁ ୩ଜଣ ସିନିୟର ରେସିଡେଣ୍ଟ ଡାକ୍ତର ଓ ଜଣେ ଜୁନିଅର ଡାକ୍ତର ରହିଛନ୍ତି ।

ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଡର୍ମାଟୋଲୋଜି ବିଭାଗର ଜଣେ, ଫାର୍ମାକୋଲୋଜି ବିଭାଗ, ପାଥାଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତର ବୋଲି ସୂଚନା ମିଳିଛି । ଏନେଇ ଏମ୍ସ ନିର୍ଦ୍ଦେଶିକ ଡକ୍ଟର ବି ଗୀତାଞ୍ଜଳୀ ସୂଚନା ଦେଇଛନ୍ତି ।

ତେବେ ଏହି ଚିକିତ୍ସକମାନେ କିପରି କୋଭିଡ୍-୧୯ ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇନାହିଁ । ସଂପୃକ୍ତ ଡାକ୍ତରମାନେ ଆଉ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଯାଞ୍ଚ ଚାଲିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମେ ୧୧ରେ ଏମ୍‌ସର ୪ଜଣ ଡାକ୍ତର ଓ ୨ଜଣ ଆଚେଣ୍ଡାଣ୍ଟକୁ କ୍ୱାରେଣ୍ଟାଇନରେ ପଠାଯାଇଥିଲା । ସେମାନେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା ।

   Related Posts