କ୍ୱାରେଣ୍ଟାଇନରେ ଏମ୍‌ସର ୪ ଡାକ୍ତର

Published By : Prameya-News7 Bureau | May 11, 2020 IST

ଭୁବନେଶ୍ୱର, ୧୧|୦୫ : ମହାରାଷ୍ଟ୍ରର ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବା ଭୁବନେଶ୍ୱର ଏମସର ୪ଜଣ ଡାକ୍ତର ଓ ୨ଜଣ ଆଟେଣ୍ଟାଣ୍ଟକୁ କ୍ୱାରେଣ୍ଟାଇନ୍ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁସାରେ, ମହାରାଷ୍ଟ୍ରର ଜଣେ ଟ୍ରକ୍ ଡାଇଭର ଦୁର୍ଘଟଣାରେ ଶିକାର ହୋଇ ଏମସରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର ତରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହି ଟ୍ରକ୍ ଡ୍ରାଇଭରଙ୍କ ଚିକିତ୍ସା କରିଥିବା ଏମସର ୪ ଡାକ୍ତର ଓ ୨ ଆଟେଣ୍ଡାଣ୍ଟକୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ.ଏହି ଦୁର୍ଘଟଣା ପାଇଁ ଜଟଣୀର ୨୦ ଜଣ ପୋଲିସ କର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ପୋଲିସ କର୍ମୀମାନେ ଟ୍ରକ୍ ଡ୍ରାଇଭରଙ୍କ ସଂସ୍ପର୍ଶରେ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.