ରାଜଧାନୀ ଉପକଣ୍ଠ ବ୍ରହ୍ମେଶ୍ବର ପାଟଣାରୁ ୪ ଡକାୟତ ଗିରଫ
20/02/2019 at 6:29 PM

ରାଜଧାନୀ ଉପକଣ୍ଠ ବ୍ରହ୍ମେଶ୍ବର ପାଟଣାରୁ ୪ଜଣ ଡକାୟତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏମାନେ ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୁଇକ୍ ଆକ୍ସନ ଟିମ୍ ସ ବଡ଼ଗଡ଼ ଥାନା ପୋଲିସ ଏହି ଡକାୟତମାନଙ୍କୁ ଉଠାଇଥିଲେ । ତେବେ ଗ୍ୟାଙ୍ଗର ଫେରାର୍ ୨ଜଣଙ୍କୁ ଖୋଜୁଛି ପୋଲିସ । ….

ରାଜଧାନୀ ଉପକଣ୍ଠ ବ୍ରହ୍ମେଶ୍ବର ପାଟଣାରୁ ୪ ଡକାୟତ ଗିରଫ । ସେମାନଙ୍କ ନିକଟରୁ ପିସ୍ତଲ, ଖଣ୍ଡା, ଲୁହାରଡ଼ ଭଳି ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପୋଲିସ । ମଙ୍ଗଳବାର ରାତିରେ ଏହି ଡକାୟତମାନେ ବ୍ରହ୍ମେଶ୍ବର ପାଟଣା ଅଂଚଳରେ ଏକ ବଡ଼ ଧରଣର ଲୁଟ୍ପାଟ୍ କରିବା ଚକ୍କରରେ ଥିଲେ । ଖବର ପାଇ କୁଇକ୍ ଆକ୍ସନ ଟିମ୍ ଏବଂ ବଡ଼ଗଡ଼ ଥାନା ପୋଲିସ ମିଳିତ ଚଢ଼ାଉ କରି ଏହି ଡକାୟତମାନଙ୍କୁ ଧରିଛନ୍ତି । ଗ୍ୟାଙ୍ଗର ୨ଜଣ ଫେରାର୍ ହୋଇଯାଇଥିବା ଜାଣିବା ପରେ ଏବେ ସେମାନଙ୍କୁ ଖୋଜୁଛି ପୋଲିସ । ତେବେ ଗିରଫ ଅପରାଧିମାନେ ଭୁବନେଶ୍ବର ବନଫୁଲ ବସ୍ତିରେ ରହୁଥିବା ଜଣାପଡ଼ିଛି ।

ଗିରଫ ଅପରାଧୀଙ୍କ ବିରୋଧରେ ଭୁବନେଶ୍ବର ସହିଦ ନଗର, ମଞ୍ଚେଶ୍ବ, ବଡ଼ଗଡ଼, କ୍ୟାପିଟାଲ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ପୁରୀରେ ଘଟିଥିବା କିଛି ଅପରାଧରେ ମଧ୍ୟ ଏମାନଙ୍କ ସଂପୃକ୍ତି ରହିଛି ।

ରାଜଧାନୀକୁ ଅପରାଧମୁକ୍ତ କରିବା ଉଦେଶ୍ୟରେ ମିଶନ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ନିର୍ବାଚନ ପୂର୍ବରୁ ଅପରାଧୀମାନଙ୍କୁ କାବୁ କରି ଜେଲ ପଠାଇବାକୁ ହୋଇଛି ଯୋଜନା ।