ଗଂଜାମ, ଗଜପତି, ପୁରୀ ଓ ଜଗତସିଂହପୁର ୪ଟି ଜିଲ୍ଲାର ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତାକାଲିଠାରୁ ବାତ୍ୟା ଟଳିବା ପର୍ଯ୍ୟନ୍ତ ରହିବ ବନ୍ଦ
9/10/2018 at 6:35 PM

ଭୁବନେଶ୍ୱର ୯/୧୦ : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଆସନ୍ତାକାଲିଠାରୁ ୪ଟି ଜିଲ୍ଲାର ସ୍କୁଲ କଲେଜ ବନ୍ଦ ରଖିବାକୁ ରାଜ୍ୟ ସ୍ଥରୀୟ ବାତ୍ୟା ମୁକାବିଲା ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି | ଏହି ସବୁ ଜିଲ୍ଳାଗୁଡିକ ହେଲା ଗଂଜାମ, ଗଜପତି, ଜଗତସିଂହପୁର ଓ ପୁରୀ | ଏହି ଜିଲ୍ଲାଗୁଡିକର ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ | ବାତ୍ୟା ତିତିଲି ବର୍ତମାନ ଗୋପାଳପୁର ଠାରୁ ୫୦୦ କି:ମି ଦୂରରେ ରହିଛି | ଘଣ୍ଟାକୁ ୧୦କି:ମି: ବେଗରେ ଓଡିଶା ଆଡକୁ ଆସୁଛି | ଆସନ୍ତା ୧୧ ତାରିଖ ଦିନ ସକାଳେ ଏହା ଗୋପାଳପୁର ଏବଂ କଳିଙ୍ଗପଟନାମ ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥଳଭାଗ ଛୁଇଁବ | ତେବେ ଆସନ୍ତାକାଲିଠାରୁ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିବ | ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୧୦୦ କି:ମି: ବେଗରେ ପବନ ବୋହିବାର ଆଶଙ୍କା ରହିଛି |