ଗୋଟିଏ ପରିବାରର ୪ଜଣଙ୍କ ଆତ୍ମହତ୍ୟା: ବାପା-ମା ସମେତ ପୁଅ-ଝିଅ ମୃତ, ସୁଇସାଇଡ୍ ନୋଟରେ ଲେଖିଛନ୍ତି…

Published By : Prameya-News7 Bureau | June 07, 2021 IST

ସାହାଜାହାନପୁର, ୦୭/୦୬ : ଉତ୍ତର ପ୍ରଦେଶ ସାହାଜାହାନପୁର ଜିଲ୍ଲାରେ ଜଣେ ଔଷଧ ବ୍ୟବସାୟୀ ପତ୍ନୀ ଓ ଦୁଇ ଶିଶୁଙ୍କ ସହ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଥିବା ଖବର ମିଳିବା ପରେ ଗ୍ରାମରେ ହଇଚଇ ସୃଷ୍ଟି ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫରେନସିକ୍ ଯାଞ୍ଚ ଆରମ୍ଭ କରିଛି । ସମସ୍ତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି । ବ୍ୟବସାୟୀ ଜଣକ ଆର୍ଥିକ ସମସ୍ୟା ଯୋଗୁଁ ଆତ୍ମହତ୍ୟା କରିଥିବା ଏଥିରେ ଲେଖିଛନ୍ତି ।

ଘଟଣା ସାହାଜାହାନପୁର କଚ୍ଚା କଟରା ଥାନା ଅଞ୍ଚଳର । ଔଷଧ ବ୍ୟବସାୟୀ ଅଖିଲେଶ ଗୁପ୍ତା (୪୨), ତାଙ୍କ ପତ୍ନୀ ରିଶୁ ଗୁପ୍ତା (୩୯), ପୁଅ ଶିବାଙ୍ଗ (୧୨) ଓ ଝିଅ ହର୍ଷିତା (୧୦)ଙ୍କ ମୃତଦେହ ଘରେ ରାଶିରେ ଝୁଲୁଥିଲା । ସମସ୍ତଙ୍କ ଆତ୍ମହତ୍ୟାରେ ଗୋଟିଏ ପ୍ରକାର ରାଶି ବ୍ୟବହାର ହୋଇଛି । ଫଳରେ ଆତ୍ମହତ୍ୟା ପାଇଁ ପୂର୍ବରୁ ଯୋଜନା କରାଯାଇଥିବା ଆଶଙ୍କା କରାଯାଉଛି । ମୃତଦେହ ପାଖରୁ ସୁଇସାଇଡ ନୋଟ ଜବତ ହୋଇଛି । ପୋଲିସ ଫରେନସିକ ଟିମ ସହ ଘଟଣାର ଯାଞ୍ଚ କରୁଛି ।

ପୋଲିସ ଅଧିକ୍ଷକ ଏସ ଆନନ୍ଦ କହିଛନ୍ତି ଯେ, ଅଖିଲେଶ ଔଷଧ ସମ୍ବନ୍ଧୀୟ ବ୍ୟବସାୟ କରୁଥିଲେ । ସୋମବାର ଦିନ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଫୋନ କରିଥିଲେ । କେହି ଫୋନ ରିସିଭ କରିନଥିବାରୁ ସେ ଅଖିଲେଶଙ୍କ ଘରକୁ ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ସେଠାରେ ସେ ଯାହା ଦେଖିଲେ ଚକିତ ହୋଇଗଲେ । ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଏସ୍ପି କହିଛନ୍ତି, ଅଖିଲେଶ ଓ ରିଶୁଙ୍କ ଶବ ଗୋଟିଏ ରୁମରେ ପୁଅ-ଝିଅଙ୍କ ଶବ ଆଉ ଏକ ରୁମରେ ଝୁଲୁଥିଲା । ଦମ୍ପତି ପ୍ରଥମେ ନିଜ ପୁଅ-ଝିଅଙ୍କୁ ଫାଶୀରେ ଝୁଲାଇ ଦେଇ ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୁଇସାଇଡ୍ ଆଧାରରେ ମାମଲାର ଯାଞ୍ଚ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.