Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ

28/10/2020 at 6:51 PM

ଅନୁଗୋଳ ୨୮/୧୦ : ଅନୁଗୋଳରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୪ ରେ ପହଞ୍ଚିଛି। ଯାହା ଆହୁରି ବଢିବା ସମ୍ଭାବନା ରହିଛି। ବିଷାକ୍ତ ମଦ ଜନିତ ମୁତ୍ୟୁକୁ ଅବକାରୀ ବିଭାଗ ସ୍ବୀକାର କରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିରୋଧୀ ସରକାରଙ୍କ ଉପରେ ଗର୍ଜିଥିବା ବେଳେ ମଦମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ। ସେପଟେ ମୁଖ୍ୟ ଅଭିଯୁକ୍ତ କାଳିଆକୁ ପୋଲିସ ଗିରଫ କରି ତନଘନା ଚଳାଇଛି।

ଅନୁଗୋଳ ପୁରୁଣାକୋଟ ପଥରଗଡରେ ବିଷାକ୍ତ ମଦ ମୃତ୍ୟୁ ଅଭିଯୋଗର ତନାଘନା ଆରମ୍ଭ ହୋିଛି। ୪ ଜଣଙ୍କ ଜୀବନ ଯାଇଛି। ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ବାସଦେବ ଦେହୁରୀ ଓ କାଳିଆ ଦେହୁରୀ। ବାସୁଦେବଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ କାଳିଆ ଅନୁଗୋଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ୪ ବ୍ୟକ୍ତିଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇ ହୋଇଥିବା ସ୍ବୀକାର କରିଛି ଅବକାରୀ ବିଭାଗ। ଆଉ ପୋଲିସ ପ୍ରେସ୍‌ ରିଲିଜ୍‌ ଜାରିକରି ମୁଖ୍ୟ ଅଭିଯୁକ୍ତ କାଳିଆ ଦେହୁରୀକୁ ହେଫାଜତକୁ ନେଇ ଅଧିକ ତଦନ୍ତ ଚଳାଇଛି। ଲେବର କଣ୍ଟ୍ରାକ୍ଟର କାଳିଆ ହିଁ ବିଷାକ୍ତ ମଦ ତିଆରି କରି ଲେବର ମାନଙ୍କୁ ଦେଇଥିବା ଏଥିରେ ଦର୍ଶାଯାଇଛି। ଅବକାରୀ ଟିମ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମଦ ମୃତ୍ୟୁକୁ ନେଇ ରାଜ୍ୟରେ ଜୋର ଧରିଲାଣି ରାଜନୀତି। ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି  ମଦମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମଦ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି। ସେପଟେ ବିଜେପି ବି କଡା ଭାଷାରେ ସରକାରଙ୍କୁ ସମାଲୋଚନା କରିଛି। ମଦ ମୃତ୍ୟୁକୁ ନେଇ ରାଜ୍ୟରେ ଧୀରେଧୀରେ ଅସନ୍ତୋଷ ବଢୁଥିବା ଦେଖି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ତଦନ୍ତ ରିପୋର୍ଟ ଖୁବ୍‌ଶିଘ୍ର ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ହେଲେ ଶଶିକାନ୍ତ ଦେହୁରୀଙ୍କ ଅନୁଗୋଳରେ ମେଡିକାଲରେ ମୁତ୍ୟୁ ହେବା ପରେ ଘଟଣା ପଦାକୁ ଆସିଲା। କେବଳ ଶଶିକାନ୍ତ ନୁହନ୍ତି ସେହି ଗାଁର ଅନ୍ୟ ୨ ଜଣଙ୍କର ୨ ଦିନ ତଳେ ମୃତ୍ୟୁ ପରେ ଶବଦାହ କରି ଦେଇଥିଲେ ପରିବାର ଲୋକେ।

   Related Posts