Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ

19/10/2020 at 6:16 PM

ଚମ୍ବା ୧୯/୧୦ : ହିମାଚଳ ପ୍ରଦେଶରେ ସଡକ ଦୁର୍ଘଟଣା ମାମଲା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଦୁର୍ଗମ ଅଞ୍ଚଳ ତିସାରେ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ କାରରେ ବସିଥିବା ୪ଜଣଙ୍କ ମୃତ୍ୟୁ ହୋଇଛି। କାର ତିସାରୁ ଚମ୍ବା ଯାଉଥିଲା। ମୃତକଙ୍କ ମଧ୍ୟରେ ମା’ପୁଅ ସାମିଲ ଅଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ପୋଲିସ ଦୁର୍ଘଟଣାର କାରଣ ପତା କରିବାକୁ ଚେଷ୍ଟା କରୁଛି।

ଗ୍ରାମବାସୀଙ୍କ କହିବାନୁଯାୟୀ, ଅଧ୍ୟାପକ ସମ୍ମି ଲାଲ ନିଜ କାର ଧରି କୌଣସି କାମରେ ସୁରଙ୍ଗାନି ଯାଇଥିଲେ। କାମ ସାରି ଅପରାହ୍ନରେ ଘରକୁ ଫେରିବା ସମୟରେ ୩ଜଣ ତାଙ୍କୁ ଲିଫ୍ଟ ମାଗିଥିଲେ। ଏହାପରେ ସମସ୍ତେ କାରରେ ତିସା ଆଡକୁ ଯାଉଥିଲେ। କିନ୍ତୁ କଲ୍ହେଲ ନିକଟରେ କାର ନିୟନ୍ତ୍ରଣ ହରାଇ ଗଭୀର ଖାଇରେ ପଡିଯାଇଥିଲା। ଖାଇରେ ପଡିବା ପରେ କାରରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବ ସହ ଜୋରଦାର ବିସ୍ଫୋରଣ ମଧ୍ୟ ହୋଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକେ ତତ୍କାଳ ପୋଲିସ ସୂଚନା ଦେଇଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ କାରରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା।

   Related Posts