ବେଙ୍ଗାଲୁରୁରେ ବୁରାଡି ରିଟର୍ଣ୍ଣସ୍: ଘରୁ ମିଳିଲା ୫ ମୃତଦେହ, ଭୋକ ବିକଳରେ ଚାଲିଗଲା ୯ମାସ ଶିଶୁର ଜୀବନ

Published By : Prameya-News7 Bureau | September 18, 2021 IST

ବେଙ୍ଗାଲୁରୁ ୧୮/୦୯: କର୍ଣ୍ଣାଟକ ବେଙ୍ଗାଲୁରୁରେ ଦିଲ୍ଲୀ ବୁରାଡି ଭଳି ଘଟଣା ନଜର ଆସିଛି । କେହି କେହି କହୁଛନ୍ତି ବୁରାଡି ୨.୦ । ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରଖିଛି । ଏଠାରେ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତା ପୁଣି ବନ୍ଦ ଘରୁ । ତେବେ ଦୁଃଖ ଏବଂ ପରିତାପର ବିଷୟ ଏହି ମୃତକଙ୍କ ମଧ୍ୟରେ ଜଣେ ୯ ମାସର ଏକ ଶିଶୁ ଅଛି ।

କାରଣ ଶିଶୁଟି ଦୀର୍ଘଦିନ ଭୋକ ବିକଳରେ ପଡିରହିବାରୁ ତାର ମତ୍ୟୁ ହୋଇଛି । ଘଟଣା ଜଣାପଡିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଥାଉକି ଯେ ଏହି ବେଙ୍ଗାଲୁରର ବାଇଡାରାହଲ୍ଲୀରେ ଘଟିଛି ଏହି ରୋଚକ ଘଟଣା । ପରିବାରର ୪ ଜଣ ସଦସ୍ୟ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହେଲେ ୯ମାସର ବାଳିକାଙ୍କ ମୃତଦେହ ଖଟ ଉପରେ ପଡ଼ିରହିଥିଲା ।

ଆହୁରି ମଧ୍ୟ ଜଣେ ଅଢେଇ ବର୍ଷର ଝିଅ ଜୀବନ୍ତ ଥିବା ଦେଖିବାକୁ ମିଳିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଏହା ସାମୁହିକ ଆତ୍ମହତ୍ୟା ମାମଲା ବୋଲି ଜଣାପଡିଛି । ତେବେ ପୋଲିସ ସୂଚନାନୁସାରେ, ଏହି ଲୋକମାନଙ୍କର ମୃତ୍ୟୁ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.