Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ହୁ ହୁ ହୋଇ ଜଳୁଛି ୬ ଜଙ୍ଗଲ, ଆୟତ ପାଇଁ ୪୫ ହେଲିକପ୍ଟର ନିୟୋଜିତ, ୫୦ରୁ ଅଧିକ ଗୁରୁତର

31/07/2021 at 9:48 PM

ନୂଆଦିଲ୍ଲୀ ୩୧/୦୭ : ପ୍ରକୃତିର ତାଣ୍ଡବ ଆଗରେ ସମସ୍ତେ ତୁଚ୍ଛ । ତୁର୍କୀ ଏବେ ଜଳୁଛି । ଦେଶର ଅନେକ ଜଙ୍ଗଲରେ ଏବେ ଭୟଙ୍କର ନିଆଁ । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ବର୍ତ୍ତମାନ ସୁଦ୍ଧା ନିଆଁର ଆଁ ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକ ଲୋକ ନିଖୋଜ ମଧ୍ୟ ଅଛନ୍ତି । ନିଆଁରେ ଅନେକ ଲୋକ ପୋଡିହୋଇଯାଇଥିବା ସନ୍ଦେହ କରାଯାଉଛି ସେଥିପାଇଁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ତୁର୍କୀର ଦକ୍ଷିଣାଞ୍ଚଳ କୂଳବର୍ତ୍ତୀ ଅଞ୍ଚଳରେ ନିଆଁର କରାଳ ରୂପ ଏବେ ଘାତକ ରୂପ ଧାରଣ କରିଛି ।

ଗତ ଜୁଲାଇ ୨୮ ତାରିଖରୁ ତୁର୍କୀର ବିଭିନ୍ନ ଜଙ୍ଗଲରେ ନିଆଁ ଜଳୁଛି । ସେଥିପାଇଁ ଅନେକ ଗୁଡିଏ ଗାଁ ଏବଂ ହୋଟେଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସେଠାରେ ରହୁଥିବା​‌ ଅନ୍ତେବାସୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ତୁର୍କୀର କୃଷି ଏବଂ ଜଙ୍ଗଲ ମନ୍ତ୍ରୀ ବେକିର୍‌ ପକଡେମିର୍ଲି କହିଛନ୍ତି, ଆଣ୍ଟାଲ୍ୟା ଅଞ୍ଚଳରେ ଲାଗିଥିବା ନିଆଁକୁ ଆୟତ କରାଗଲାଣି କିନ୍ତୁ ଆକ୍‌ସେକି ଜିଲ୍ଲାରେ ଲାଗିଥିବା ନିଆଁ ବର୍ତ୍ତମାନ ମଧ୍ୟ ବ୍ୟାପକ ଭାବେ ଜଳୁଛି । ଅଗ୍ନିଶମବାହିନୀ ନିଆଁ ଲିଭା କାର୍ଯ୍ୟରେ ଜାରି ରହିଛନ୍ତି । ତୁର୍କୀର ମୋଟ ୬ଟି ଜଙ୍ଗଲରେ ନିଆଁ ଲାଗିଛି ।

ନିଆଁ ଲିଭା କାର୍ଯ୍ୟରେ ୫ଟି ସେନା ବିମାନ, ୪୫ଟି ହେଲିକପ୍ଟର, ଡ୍ରୋନ୍‌ ଏବଂ ୧୦୮୦ ଜଣ ଅଗ୍ନିଶମ ବିଭାଗ ଯାନ ଲାଗିଛନ୍ତି । ଏଥି ସହିତ ଅନେକ ସଂଖ୍ୟାରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ପାଖାପାଖି ୧୧୪୦ଟି ସ୍ଥାନରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେ ନେଇ ସୂଚନା ମିଳିନାହିଁ । ତୁର୍କୀ ରାଷ୍ଟ୍ରପତିଙ୍କ ଯୋଗାଯୋଗ ନିର୍ଦେଶକ ଫାରେଟିନ୍‌ ଅଲଟୁନ୍‌ କହିଛନ୍ତି, କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ହେବ । ଏଥି ସହିତ ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ ରହିଛି ସେ ନେଇ ମଧ୍ୟ ଉଦ୍ୟମ ଜାରି ରହିଛି । ନିଆଁ ଲାଗିଥିବା ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ସମସ୍ତ ଅଧିବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ରହିବା ବ୍ୟବସ୍ଥା କରାଯାଇଛି ।  

   Related Posts