Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କ ସମେତ ୪ ଜଣଙ୍କ ମୃତ୍ୟୁ…

22/11/2019 at 9:26 PM

ଫତେହପୁର୨୨/୧୧: ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଗାଡ଼ି ସାମ୍ନାସାମ୍ନି ଧକ୍କା ହେବାଫଳରେ ବାପ-ପୁଅଙ୍କ ସମେତ  ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ଯିବା ରାସ୍ତାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଶିଖର ଜିଲ୍ଲାର ଫତେହପୁର ଜୟପୁର-ବିକାନେର ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଫତେହପୁର ଅଞ୍ଚଳର ହୋଟେଲ ଅଶୋକା ସାମ୍ନାରେ ସ୍ବିପ୍ଟ କାର ଓ ଫର୍‌ଚ୍ୟୁନର ମଧ୍ୟ ଧକ୍କା ହୋଇଥିଲା। ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ତିନିଜଣଙ୍କ ଶବ ଉଦ୍ଧାର କରିବା ସହ ଜଣେ ଗୁରୁତର ଆହତ ମହିଳାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସର ସୂଚନା ଅନୁସାରେ ଫର୍‌ଚ୍ୟୁନରେ ଓମ୍‌ ପ୍ରକାଶ, ରତନ ଲାଲ ଓ ପୁଷ୍ପା ନାମକ ଜଣେ ମହିଳା ଥିଲେ। ଓମ୍‌ ପ୍ରକାଶ ଗାଡ଼ି ଚଳାଉଥିଲେ। ଅନ୍ୟପଟେ ସ୍ପିପ୍ଟ କାରରେ ନୀତିନ୍‌ ସ୍ବପ୍ନା ଓ ତାଙ୍କର ୧୦ ବର୍ଷର ପୁଅ ଦର୍ଶ ଥିଲେ। ଏହି ସଡ଼କ ଦୁର୍ଘଟଣାରେ ନିତିନ୍‌ ତାଙ୍କ ପୁଅ ଦର୍ଶ, ପୁଷ୍ପା ଓ ସ୍ବପ୍ନାଙ୍କ ମୃତ୍ୟୁ ହୋଇଛି।

   Related Posts