ବାଜାବାଲାଙ୍କ ଉପରେ ଓଲଟି ପଡିଲା ଟ୍ରକ୍, ୪ ମୃତ

Published By : Prameya-News7 Bureau | March 11, 2019 IST

ବାରକୋଟ ୧୧|୩ : ୨୩ ନମ୍ବର ଜାତୀୟ ରାଜପଥ ବାରକୋଟ ଖୁଲୁଣ୍ଡିକୁଦର ଠାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରାସ୍ତା କଡରେ ଯାଉଥିବା ବାଜା ବାଲାଙ୍କ ଉପରେ ଓଲଟି ପଡିଲା ଲୁହା ପଥର ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି । ଓଲଟିପଡିଥିବା ଲୁହା ପଥର ବୋଝେଇ ଟ୍ରକ୍ ତଳେ ଆଉ କିଛି ରହିଥିବା ସନ୍ଦେହ କରାଯାଉଛି । ସମସ୍ତ ମୃତକ ହେଲେ ପୁରୁଣାପାଣି ଗାଁର । ବିବାହରେ ବାଜା ବଜେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.