Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶିଶୁ ସହ ଚାଲିଗଲା ୪ ଜୀବନ, ୪ ଆହାତ

20/02/2021 at 8:57 PM

ସଂଭଲ, ୨୦/୦୨: ଉତ୍ତର ପ୍ରଦେଶ କେଜନପଦର ସଂଭଲ୍‌ରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାନେଥର ଥାନା ଅଞ୍ଚଳରେ ସକାଳ ପ୍ରାୟ ୯ଟା ୩୦ ସମୟରେ ହୋଇଥିବା ଏକ ଦୁର୍ଘଟଣାରେ ଗୋଟିଏ ଶିଶୁ ସହିତ ୪ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଏଥିସହିତ ୪ ଜଣ ଆହାତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆହାତଙ୍କୁ ମୁରାଦାବାଦର ଜିଲ୍ଲା ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସକାଳ ସମୟରେ ଘନ କୁହୁଡ଼ି ହେତୁ ବାନେଥର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ କ୍ୟାଣ୍ଟର ଏବଂ ୱାଗନଆର କାର ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ଜଣେ ଶିଶୁ ସମେତ ୪ ଜଣ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ୪ ଜଣ ଗୁରୁତର ଆହତ ହୋଇଥିଲେ ।

କୁହାଯାଉଛି ଯେ, ପାକ୍‌ୱାଡା ଏବଂ ଶାହାବାଦର ଦୁଇଟି ପରିବାରର ମୋଟ ୮ ଜଣ ଲୋକ ଏକ କାରରେ  ବାନେଥର ପୋଲିସ ଷ୍ଟେସନ ଅଞ୍ଚଳର ମାନକପୁର ଗାଁରୁ ଯାଉଥିଲେ । ସେହି ସମୟରେ ମାନକପୁର ଠାରୁ ୫୦୦ ମିଟର ଦୂରରେ ଥିବା ବିଲାରୀରୁ ଆସୁଥିବା ଏକ କ୍ୟାଣ୍ଟର ସହ କାର ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା । ଫଳରେ ଗୋଟିଏ ନିରୀହ ଶିଶୁ ସମେତ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ମାତ୍ରେ ଆମ୍ବୁଲାନ୍ସ ସାହାଯ୍ୟରେ ଗାଡିରେ ଫସି ରହିଥିବା ଲୋକଙ୍କୁ ଡାକ୍ତରଖାନା ପଠାଇଥିଲା । ସେଠାରେ ଡାକ୍ତର ଚାରିଜଣଙ୍କୁ ମୃତ ଘୋଷଣା କରିଥିଲେ ।

   Related Posts