ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍, ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | March 18, 2019 IST

ସୁନ୍ଦରଗଡ ୧୮|୩ : ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଜରଙ୍ଗଲୋଇ ୧୦ନମ୍ବର ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଗତକାଲି ରାତିରେ ସୁନ୍ଦରଗଡ ପଟୁ ରାଉରକେଲା ଅଭିମୁଖେ ଯାଉଥିବା ମାଲ୍ ବୋଝେଇ ଟ୍ରକକୁ ପଛପଟୁ ଏକ କାର୍ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଡାକ୍ତରଖାନାରେ ଆଖି ବୁଜିଛନ୍ତି  । ପୂର୍ବରୁ ଦୁର୍ଘଟଣା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଚାରିଜଣଙ୍କ ଘର ବୀରମିତ୍ରପୁର ଅଂଚଳରେ ବୋଲି ଜଣାପଡିଛି । ଦୁର୍ଘଟଣା ଘଟିଥିବା ଟ୍ରକ୍ ସହ କାରକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.