ଆସୁଛି ଲଘୁଚାପ ; ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | July 12, 2018 IST

ଆସୁଛି ଲଘୁଚାପ | ଏହାର ପ୍ରଭାବରେ ୪ ଦିନ ବର୍ଷାର ସମ୍ଭାବନା ରହିଛି | ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି | ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି | ଫଳରେ ଆସନ୍ତା କାଲିଠୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ | ଏହା ସହ ଆସନ୍ତା ୪ ଦିନ ଧରି ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.