ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସଟ୍ ଡାଉନ୍ : ଅତ୍ୟାବଶ୍ୟକ ସେବାକୁ ଛାଡି ସବୁ ବନ୍ଦ

Published By : Prameya-News7 Bureau | June 27, 2020 IST

ବ୍ରହ୍ମପୁର ୨୭।୬: ଆଜିଠୁ ବ୍ରହ୍ମପୁର ସହର ୪ ଦିନିଆ ସଟ୍ ଡାଉନ୍ । କରୋନା ସଂକ୍ରମଣ ବଢୁଥିବାରୁ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଜୁନ୍ ୩୦ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସଟ୍ ଡାଉନ୍ କରାଯାଇଛି । ଆସନ୍ତା ମଙ୍ଗଳବାର ଯାଏଁ ସଟ୍ ଡାଉନ୍ ବଳବତ୍ତର ରହିବ ।

{"id":292156,"sizeSlug":"large"}

ସଟ୍ ଡାଉନ୍ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଜରୁରୀକାଳୀନ ସେବା ଜାରି ରହିଛି । ଏହି ସମୟରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବାର କାର୍ଯ୍ୟକ୍ରମ ରହିଛି । ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

{"id":292157,"sizeSlug":"large"}

ସେପଟେ ଗଞ୍ଜାମ ପୋଲିସ ଜିଲ୍ଲାର ଆଉ ୫ ଜଣ କରୋନା ଯୋଦ୍ଧା କୋଭିଜ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ଏସପି ଟ୍ବିଟ୍ କରି କହିଛନ୍ତି ଯେ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ସମସ୍ତଙ୍କୁ ଅବଜରଭେସନରେ ରଖାଯାଇଛି । ସେହପରି ଗାଁ ଲୋକ ୧୫ ଦିନ ଯାଏଁ ସହରକୁ ନଆସିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ୍ କରି ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.