ଡକାୟତି ଯୋଜନା ପଣ୍ଡ, ୪ ଡକାୟତ ଗିରଫ

Published By : Prameya-News7 Bureau | October 01, 2020 IST

ଚଣ୍ଡିଖୋଲ, ୦୧ ।୧୦:  ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ୪ ଡକାୟତଙ୍କୁ ଗିରଫ କରିଛି ।ଜିଲ୍ଲାର  ଜାରକା ଅଂଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି ।

{"id":337215,"sizeSlug":"large"}

ସୂଚନାନୁସାରେ, ଏହି ଡକାୟତମାନେ ଚୋରି କରୁଥିବା ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୪ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ କିଛି ଡକାୟତ ଖସି ପଳାଇ ଥିଲେ । ସେମାନଙ୍କ ନିକଟରୁ ଦୁଇଟି ବାଇକ, ମାରଣାସ୍ତ୍ର, ଏଟିଏମ କାର୍ଡ, ରୁପା ଗହଣା, ପିସ୍ତଲ, ଗୁଳି ସହ ନଗଦ ଟଙ୍କା ଜବତ କରାଯାଇଛି ।  

{"id":337234,"sizeSlug":"large"}

ସମସ୍ତ ଡକାୟତ ଗଞ୍ଜାମ ଜିଲ୍ଲାର ବୋଲି ଜଣା ପଡିଛି । ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.