Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନିର୍ଭୟା ମାମଲାରେ ଚଳିତ ମାସ ୨୯ ତାରିଖ ସୁଦ୍ଧା ଫାଶୀ ପାଇବେ ଦୋଷୀ ! ବିହାରରୁ ରଶି ଓ ୟୁପିରୁ ଘାତକ ଆସିବେ

13/12/2019 at 3:56 PM

ନୂଆଦିଲ୍ଲୀ ୧୩।୧୨ – ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀମାନେ ଚଳିତ ମାସ ୨୯ ତାରିଖ ସୁଦ୍ଧା ଫାଶୀ ପାଇପାରନ୍ତି । ଏହି ମାମଲାରେ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂହ, ବିନୟ ଶର୍ମା ଓ ପବନ ଗୁପ୍ତାକୁ ତିହାର ଜେଲ୍‌ରେ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି । ୨୯ ତାରିଖ ସୁଦ୍ଧା ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଫାଶୀ ଦିଆଯିବ ବୋଲି ସୂଚନା ମିଳିଛି।

ଫାଶୀ ଦେବା ପାଇଁ ବିହାର ବକ୍ସରରୁ ରଶି ଅଣାଯାଇଥିବା ବେଳେ ଓ ଉତ୍ତର ପ୍ରଦେଶରୁ ଦୁଇଜଣ ଘାତକଙ୍କୁ ଡକାଯାଇଛି । ଏହି ଘାତକଙ୍କ ମଧ୍ୟରୁ ଜଣଙ୍କ ଘର ମିରଟ ଓ ଅନ୍ୟ ଜଣଙ୍କ ଘର ଲକ୍ଷ୍ମୌରେ । ତିହାର ଜେଲ୍‌ରେ କୌଣସି ଘାତକ ନାହାନ୍ତି। ତିହାର ଜେଲ୍‌ କର୍ତ୍ତୃପକ୍ଷ ଡିସେମ୍ବର ୯ ତାରିଖରେ ଏ ସମ୍ପର୍କରେ ଚିଠି ଲେଖିଛନ୍ତି ।

ଏବେ ଫାଶୀ ବିଷୟରେ ସୂଚନା ପାଇଁ ବଳାତ୍କାରୀମାନ ଭୟରେ କାଳତିପାତ କରୁଛନ୍ତି । ମୃତ୍ୟୁ ଭୟରେ ଖାଇବା ପିଇବା ଛାଡି ଦେଲେଣି । ଅକ୍ଷୟ ଠାକୁର, ମୁକେଶ ସିଂହ, ବିନୟ ଶର୍ମା ଓ ପବନ ଗୁପ୍ତା ଚାରି ବଳାତ୍କାରୀଙ୍କର ରାତିର ନିଦ ଉଡିଯାଇଛି । ଏମାଙ୍କୁ ତିହାର ଜେଲ୍‌ର ୨ ,୩ ଓ ୪ ନମ୍ବର ଓ୍ୱାର୍ଡରେ ରଖାଯାଇଛି ।
ସୁପ୍ରିମକୋର୍ଟ ଅକ୍ଷୟ ଠାକୁରର ସମୀକ୍ଷା ଆବେଦନ ଉପରେ ୧୭ ତାରିଖରେ ଶୁଣାଣୀ କରିବେ । ପୂର୍ବରୁ ୩ ଜଣ ବଳାତ୍କାରୀଙ୍କ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ।

   Related Posts